ସରକାରୀ ଡାକ୍ତରଖାନା ରେ ଝୁଲୁଛି ତାଲା

0
181

ବଙ୍ଗୋମୁଣ୍ଡା,୨୩/୦୫/୨୦୨୧ :- ବଲାଙ୍ଗୀର ଜିଲ୍ଲାର ଶେଷ ସୀମାନ୍ତ ବର୍ତ୍ତୀ ଚାନ୍ଦୋତାରା ଅଞ୍ଚଳର ଜାମଖୁଣ୍ଟା ଠାରେ ତତ୍କାଳୀନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ଙ୍କ କରକମଳ ରେ ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଡାକ୍ତରଖାନାର ଶିଳାନ୍ୟାସ କରିଥିଲେ ୨୦୧୯ ମସିହାରେ l ବର୍ତ୍ତମାନ ସବୁପ୍ରକାର ଭିତ୍ତିଭୁମୀ ତଥା ଆବଶ୍ୟକ କୋଠା ତିଆରି ହୋଇଥିଲେ ମଧ୍ୟ ତାଲା ବନ୍ଦହୋଇ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି l ଏବେ ଏହି କରୋନା ସମୟରେ ଅଞ୍ଚଳବାସି ଉତ୍ତମ ସ୍ବାସ୍ଥ୍ୟ ସେବା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି l ତେଣୁ ଏହି ମହାମାରୀ ସମୟରେ ଏହି ନୂତନ ପ୍ରାଥମିକ ହସ୍ପିଟାଲ ରେ ସେବା ଦେବା ପାଇଁ ସମାଜସେବୀ ଅମରେନ୍ଦ୍ର ନନ୍ଦ, ଭୁଲେଶ୍ୱର ବଛା, ରବି ଛୁରା, ଜୟରାମ ରଣା, କୁନା ତାଣ୍ଡି, ଗୌର ଲାଲ ମହାନନ୍ଦ, ଫେରନ୍ତ ଜାଲ, ଲକ୍ଷେଶ୍ୱର ପଟେଲ, ପ୍ରସନ୍ନ ରଣା,ନେତ୍ର ବେହେରା,ତେଲୁ ରଣା,ଟଙ୍କ ସିଂ ଭୋଇ, ଚରଣ ଧରୁଆ, ଦିଲୀପ ଦୀପ ସହ ଅଞ୍ଚଳବାସୀ ଦାବୀ କରିଛନ୍ତି l ନଚେତ ଆଗାମୀ ଦିନରେ ଏହି ବିଷୟକୁ ନେଇ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here