ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟ ର ମିଳିତ ଶୋକ ଶ୍ରଦ୍ଧାଞ୍ଜଳି ସଭା ଓ କବିତା ପାଠୋତ୍ସବ।

0
166

ବ୍ରହ୍ମପୁର,୨୦/୦୬/୨୦୨୧: କରୋନା ସଂକ୍ରମଣ କୁ ଆଖି ଆଗରେ ରଖି କଟକଣା ଜାରି ରହିଥିବାରୁ ଓଡ଼ିଶା ର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଙ୍କ ବିୟୋଗରେ ଶୋକ ଶ୍ରଦ୍ଧାଞ୍ଜଳି ସଭା ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଲେଖିକା ସାମ୍ମୁଖ୍ୟ ଏବଂ ଶିଶୁ ସାହିତ୍ୟ ବିକାଶ ପରିଷଦ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶୋକ ଶ୍ରଦ୍ଧାଞ୍ଜଳି ସଭା ରେ ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଭଞ୍ଜ ସାହିତ୍ୟର ପ୍ରବୀଣ ପ୍ରବକ୍ତା ଭଞ୍ଜ କାବ୍ୟ କୃତି ବହନ କରିଥିବା ବିଶେଷ ପତ୍ରିକା “ବହିତ୍ର”ର ସୁନାମଧନ୍ୟ ସମ୍ପାଦକ ଶିକ୍ଷାବିତ୍

ଡ଼ ନିଶାକର ପାଢ଼ୀ ଙ୍କ ଦେହାନ୍ତ ର ଦ୍ବାଦଶ ଶ୍ରଦ୍ଧାଞ୍ଜଳି ସଭା ସହ ଆଧୁନିକ ଓଡ଼ିଆ ଗଳ୍ପ ଜଗତର ପ୍ରତିଭାଧର ଗାଳ୍ପିକ ତଥା ଭାରତୀୟ
ପୋଲିସ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଦେବାଶିଷ ପାଣିଗ୍ରାହୀ ଙ୍କ ଦେହାନ୍ତ ଏବଂ ଅବସର ପ୍ରାପ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସମାଜସେବୀ
ବିଶିଷ୍ଟ ସାହିତ୍ୟାନୁରାଗୀ ଲେଖକା ସାମ୍ମୁଖ୍ୟର ଆଜୀବନ ସଦସ୍ୟା ତଥା ଅନ୍ୟ ଅନୁଷ୍ଠାନ ର ସହଯୋଗୀ ସଦସ୍ୟା ଡାକ୍ତର ସଚଳା ଅଧିକାରୀ ଙ୍କଦେହାନ୍ତ ରେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଶ୍ରଦ୍ଧାଞ୍ଜଳି ସଭା ତଥା କବିତା ପାଠୋତ୍ସବ ରେ ଲେଖକ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ହାଡିବନ୍ଧୁ ମାଳି , ଉପସଭାପତି ଡ଼ ସରୋଜ କାନ୍ତ ରଥ, ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର,ସାଧାରଣ ସମ୍ପାଦିକା ଡ଼ ସୂଚନା ପାଢ଼ୀ, ସମ୍ପାଦିକା ଶ୍ରୀମତୀ ଜ୍ୟୋତିମୟୀ ପ୍ରଧାନ,ଶିଶୁ ସାହିତ୍ୟ ବିକାଶ ପରିଷଦ ର ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ଉପସଭାପତି ବିଜୟ ଚନ୍ଦ୍ର ନନ୍ଦ, ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ,
ସମ୍ପାଦିକା ପ୍ରଧ୍ୟାପିକା ଡ଼ ଜୟନ୍ତୀ ରାଣୀ ପଣ୍ଡାଙ୍କ ସମେତ ଭିକାରୀ ଚରଣ ମହାପାତ୍ର,ସୂର୍ଯ୍ୟକାନ୍ତ ପାତ୍ର ଗୋପାଳକୃଷ୍ଣ ପାଢ଼ୀ,ଶ୍ରୀମତୀ ପ୍ରେମଶିଳା ନନ୍ଦ, ବାଇଧର ପତି, ସୁଦାମ ପାଣିଗ୍ରାହୀ, ସୁଦର୍ଶନ ବିଷୋୟୀ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here