ଉଷା ଦେବୀଙ୍କୁ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ଵରେ, ଚିକିଟି ବିଜେଡିରେ ଖୁସିର ମାହୋଲ ।

0
187

ପାତ୍ରପୁର,୨୬/୦୬/୨୦୨୧: ରାଜ୍ୟ ବିଜେଡିର ୩୦ ଗୋଟି ସାଂଗଠନିକ ଜିଲ୍ଲା ପାଇଁ ଇତିମଧ୍ୟରେ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ବିଜେଡି ସଭାପତି ତଥା ଦଳୀୟ ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶମତେ ସ୍ଥିରୀକୃତ ହୋଇଥିବା ଏହି ତାଲିକାରେ ବରିଷ୍ଠ ବିଜେଡି ନେତ୍ରୀ , ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଶ୍ରୀମତୀ ଉଷା ଦେବୀଙ୍କୁ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ମନୋନୀତ କରାଯାଇଥିବାରୁ ଅଞ୍ଚଳ ବିଜେଡି ଛାମୁଆଁ ସଂଗଠକ , କର୍ମୀ ଓ କର୍ମକର୍ତ୍ତାଙ୍କ ମନରେ ଉତ୍ସାହ ଭରିଅଛି । କଂଗ୍ରେସର ଅଭେଦ୍ୟ ଦୁର୍ଗ ଥିବା ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ନେତୃତ୍ବକୁ ଗ୍ରହଣ କରି ତତ୍କାଳୀନ ଜନତା ଦଳ ଟିକଟରୁ ପ୍ରଥମେ ନିର୍ବାଚିତ ହେବା , ବିଜୁବାବୁଙ୍କ ପରେ ଗଠିତ ବିକୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନେଇ ଲଗାତର ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିବା ଉଷା ଦେବୀଙ୍କୁ ଦଳ ଭରସା ରଖିଥିବାରୁ ଅଞ୍ଚଳ ବିଜେଡି ନେତୃତ୍ୱ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଆଜି ଏହି ମର୍ମରେ ଯୁବ ସମାଜସେବୀ ଶ୍ରୀ ରୂପ ଦେବ , ଆତ୍ମା ସଭାପତି ବିଜୟ ପ୍ରଧାନ , ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ , ବରିଷ୍ଠ ନେତା ବାପୁଜୀ ବିଷୋୟୀ , ଅଞ୍ଚଳ ପ୍ରଧାନ , ପ୍ରଦୀପ ପାତ୍ର , ସଂଗ୍ରାମ କେଶରୀ ନାୟକ , କେ ଧର୍ମା ରେଡ୍ଡୀ , ଶଙ୍କର ଅଧିକାରୀ , ସୌଦାମିନୀ ବେହେରା ,ଆଇ ଦୁର୍ଯ୍ୟୋଧନ ରେଡ୍ଡୀ , ରଜନୀ ମହାନ୍ତି , ଏ ଭେଙ୍କେଟରଓ , ଓ ଗୋପାଳ , ତିମ୍ମା ଋଷି ପ୍ରମୁଖଙ୍କ ସହିତ ସମସ୍ତ ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି ମିଳିତ ବିବୃତି ରଖି ନିଜର ପ୍ରିୟ ନେତ୍ରୀଙ୍କୁ ଶୁଭେଛା ଜ୍ଞାପନ ସହ ମଙ୍ଗଳ କାମନା କରିଛନ୍ତି ।

ରିପୋର୍ଟ: ଏ. ଜୟପ୍ରକାଶ

LEAVE A REPLY

Please enter your comment!
Please enter your name here