ସରକାରୀ ଗାଡି ର ଅପବ୍ୟବହାର, କୁଆଡେ ଗଲା ନବୀନ ଙ୍କ “ମୋ ସରକାର” ଓ 5-T

0
343

ବ୍ରହ୍ମପୁର,୨୮/୦୬/୨୦୨୧:
ବ୍ରହ୍ମପୁର ସହରରେ ପ୍ରତ୍ୟେକ ଦିନ ଦିନ ଦ୍ବିପ୍ରହର ରେ ଜନସ୍ୱାସ୍ଥ୍ୟ ବିଭାଗରୁ ସରକାରୀ ଏବଂ ବେସରକାରୀ ପାଣି ଟ୍ୟାଙ୍କର ରେ ଚୋରାରେ ପାଣି ବିକ୍ରୀ ହେଉଛି। ସହର ର ସମସ୍ତ ବଡ଼ ବଡ଼ ହୋଟେଲ, ହଷ୍ଟେଲ, ଆପର୍ଟମେଣ୍ଟ ରେ ଜନସ୍ୱାସ୍ଥ୍ୟ ବିଭାଗ ଠାରୁ ସରକାରୀ ଏବଂ ବେସରକାରୀ ଟ୍ୟାଙ୍କର ରେ ପାଣି ଯୋଗାଣ କରାଯାଇ ମାସିକ ହିସାବ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟ ହେଉଛି। ଏଥି ରେ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ମାନେ ପାଇ ପକେଟ୍ ଗରମ କରୁଛନ୍ତି। ଏନେଇ ବହୁ ଅଭିଯୋଗ ହେଉଥିଲେ ମଧ୍ଯ ନିର୍ବାହୀ ଯନ୍ତ୍ରୀ ଙ୍କ ଜାଣତ ରେ ଏବଂ ସେ ସେଥିରୁ ସିଂହ ଭାଗ ପାଉଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଜଣାପଡିଛ। ଏପରିକି ସହର ରେ ବିଭିନ୍ନ ହୋଟେଲ, ହଷ୍ଟେଲ, ନର୍ସିଂ ହୋମ, ଆପର୍ଟମେଣ୍ଟ ଗୁଡିକ ରେ ସରକାରୀ ଗାଡି ର ଅପବ୍ୟବହାର କରି ଚୋରା ରେ ପାଣି ବିକ୍ରି ହେଉଛି। ବ୍ରହ୍ମପୁର ସହରରେ ପାଣି ସମସ୍ୟା ଦୂର କରିବା ପାଇଁ ସରକାର ୫୦୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରି ଜାନିବିଲି ପ୍ରକଳ୍ପ ଜରିଆରେ ଜଳଯୋଗାଣ ବ୍ୟବସ୍ଥା କରାଯିବା ପରେ ମଧ୍ୟ ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ମାନେ ସରକାରୀ ଗାଡ଼ିରେ ପାଣି ବିକ୍ରି ମୋହ ଛାଡି ପାରିନାହାନ୍ତି।ଅନ୍ୟ ପଟରେ ନିର୍ବାହୀ ଯନ୍ତ୍ରୀ ଜଣକ ଦୀର୍ଘ ୧୫ ରୁ ଉର୍ଦ୍ଧ୍ବ ସମୟ ଧରି ବ୍ରହ୍ମପୁର ରେ କାର୍ଯ୍ୟରତ ହେବା ପରେ ସରକାର ଙ୍କ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ବୋଧହୁଏ ବଶୀଭୂତ କରି ରଖି ପାରିଛନ୍ତି। ଏଣୁ
ସରକାରୀ ଗାଡିର ଅପବ୍ଯବହାର କରିପାରୁଛନ୍ତି। ଯଦ୍ବାରା ତାଙ୍କ ପତ୍ନୀ ମଧ୍ୟ ସରକାରୀ ଗାଡିର ଅପବ୍ଯବହାର କରି ବଜାର ବୁଲି ପାରୁଛନ୍ତି। ରାଜ୍ୟ ରେ “ମୋ ସରକାର” ଓ 5-T ବ୍ଯବସ୍ଥା ରେ କିପରି କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ, ତାହା ବିସ୍ମିତ ଲାଗୁଛି।

LEAVE A REPLY

Please enter your comment!
Please enter your name here