ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ବୁଗୁଡ଼ାରୁ ୩ ଜଣ

0
636

ବୁଗୁଡା ୨୩/୦୭/୨୦୨୧ : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର.ବି.କେ.ଏସ.) ଯୋଜନାରେ ଜନ୍ମ ରୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଜନ୍ମଗତ ତ୍ରୁଟି, ବାଲ୍ୟବସ୍ଥା ରୋଗ, ପୋଷାକତତ୍ତ୍ୱ ଅଭାବ, ବିଳମ୍ବିତ ଅଭିବୃଦ୍ଧି, ଓ ଭିନ୍ନକ୍ଷମତା ୪ ଡି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ସେମାଙ୍କୁ ଚିହ୍ନଟ କରି ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ। ଏହି ରାଷ୍ଟ୍ରୀୟ ସଂସ୍ଥା ଦ୍ୱାରା ଗଞ୍ଜାମ ଜିଲ୍ଲାର ୧୬ ଜଣ ଶିଶୁଙ୍କୁ କଟକ ସ୍ଥିତ ହେରିଟାଇଜ ହେଲଥ କେୟାର ହସପିଟାଲକୁ ଗ୍ରହଣ ଖଣ୍ଡିଆ ଓ ତାଳୁ ଖଣ୍ଡିଆର ଅସ୍ତ୍ରୋପଚାର ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୁଗୁଡା ବ୍ଳକର ଦୁଇଜଣ ଶିଶୁ ଅଛନ୍ତି। ସେହି ଦୁଇ ଜଣ ଶିଶୁ ହେଲେ ବି.ବ୍ରହ୍ମପୁର ଗ୍ରାମର ଶାନ୍ତନୁ ସ୍ବାଇଁଙ୍କ ଝିଅ ସରିତା ସ୍ୱାଇଁ ଓ ବେତାରସିଙ୍ଗି ଗ୍ରାମର କାହ୍ନୁ ନାୟକଙ୍କ ଝିଅ ଖୁସି ନାୟକ । ସେହିପରି ଡାକରାବାଡ଼ି ଗ୍ରାମର ନରସିଂହ ସ୍ବାଇଁଙ୍କ ପୁଅଙ୍କ ବାମ ଗୋଡ଼ର ବକ୍ରପାଦର ଚିକିତ୍ସାପାଇଁ ବ୍ରହ୍ମପୁର ବଡ ମେଡିକାଲରେ ମାଗଣାରେ ଚିକିତ୍ସିତ ହେଉଛନ୍ତି। ବୁଗୁଡା ବ୍ଳକର ଏହି ତିନି ଜଣ ଶିଶୁ ବୁଗୁଡା ବ୍ଲକରେ କାର୍ଯ୍ୟରତ ଆର.ବି.କେ.ଏସ.ର ଭ୍ରାମ୍ୟମାଣ ଦୁଇ ୟୁନିଟର ଡାକ୍ତର, ଫାର୍ମାସିଷ୍ଟ, ଓ ଷ୍ଟାପ ନର୍ସ ପ୍ରମୁଖ ବିଭିନ୍ନ ଗ୍ରାମକୁ ଯାଇ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ପ୍ରଥମେ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସରେ ଥିବା ୟରଲୀ ଇଣ୍ଟରଭେସନ ସେଣ୍ଟରକୁ ନେଇଥିଲେ। ସେଠାରେ ସେହି ଶିଶୁର ରାଜ୍ୟରେ ବ ରାଜ୍ୟ ବାହାରେ ଚିକିତ୍ସା ହେବ ସ୍ଥିର ହୋଇଥାଏ। ଅନ୍ୟାନ୍ୟ ଚିହ୍ନଟ ଶିଶୁମାନେ କ୍ରମାନୟରେ ଚିକିତ୍ସା ପାଇଁ ଯିବେ ବୋଲି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଆର.ବି.କେ.ଏସ. ଡାକ୍ତର ଚିନ୍ମୟୀ ସାମନ୍ତରା ଓ ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here