ଦଣ୍ଡେଶ୍ୱର ମହାଦେବ ମନ୍ଦିର ଛକ ନିକଟ ଅଞ୍ଚଳ ମଦମୁକ୍ତ ଅଞ୍ଚଳ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

0
625

ବ୍ରହ୍ମପୁର,୨୩/୦୭/୨୦୨୧ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦଣ୍ଡେଶ୍ୱର ମହାଦେବ ମନ୍ଦିର ଛକ ନିକଟ ସ୍ଥାନୀୟ ମହିଳାମାନେ ମଦମୁକ୍ତ ଅଞ୍ଚଳ ଭାବେ ଏକ ରାଲିକରି ପୋଷ୍ଟର ମାରିବା ସହ ଆଗାମୀଦିନରେ ଯେମିତି ଏହି ଛକରେ ମଦବିକ୍ରି ନହେବ ସେଥି ପାଇଁ ସଂକଳ୍ପ ନେଇଛନ୍ତି । କିଛିଦିନ ତଳେ ମହିଳାମାନେ ଏକ ରାଲି କରି କୋଦଳା ଥାନା ଓ କୋଦଳା ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଥିଲେ କି କୋଦଳା ଦଣ୍ଡେଶ୍ୱର ମହାଦେବ ମନ୍ଦିର ଛକରେ ମଦ ବନ୍ଦ କରିବାପାଇଁ । ଯାହା ଫଳରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସେହି ଛକରେ ଜଣେ ହୋମଗାର୍ଡକୁ ଡିୟୁଟିରେ ମଧ୍ୟ ଲଗେଇଛନ୍ତି । ସେହି ଛକରେ ଲୋକମାନେ ମଦପିଇ ବିଭିନ୍ନ ଅସାମାଜିକ କାମ କରିବା ସହ ରାତି ଅଧରେ ଘରକୁ ଯାଇ ନିଶାଶକ୍ତ ଅବସ୍ଥାରେ ଘର ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଥିଲେ ବୋଲି ଆଜି ମହିଳା ମାନେ ଦଣ୍ଡେଶ୍ୱର ଅଞ୍ଚଳ ମଦ ମୁକ୍ତ ନାମରେ ଏକ ବୋର୍ଡ ଲଗାଇ ମଦବିକ୍ରି ବନ୍ଦ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଆଗାମୀ ଦିନରେ ଏହି ଛକରେ ଯଦି ମଦ ବିକ୍ରି ହୁଏ ତାହେଲେ ମହିଳା ମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।ଦେଖାଯାଉ ଆଗକୁ କଣ ହେଉଛି

LEAVE A REPLY

Please enter your comment!
Please enter your name here