କୋଦଳା ରେ ନିରାଡ଼ମ୍ବର ସହକାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

0
660

ବ୍ରହ୍ମପୁର,୨୩/୦୭/୨୦୨୧: (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ରାମ ମନ୍ଦିର ଗୁରୁବାର ଦିନ ପ୍ରତିଷ୍ଠା ମହୋତ୍ସବ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍‍ଯାପିତ ହୋଇ ଯାଇଛି । ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଉପଚାର ପୂଜା ଅନୁଷ୍ଠିତ ହେବା ସହିତ ନୂତନ ମନ୍ଦିର ବିଶୋଧନ ଓ ହୋମ ଆଦି ଅନୁଷ୍ଠିତ ହୋଇଥିଲା । ପୂଜକ, ପଣ୍ଡିତ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟବୃନ୍ଦ ମାନେ କୋଭିଡ୍ କଟକଣା ଭିତରେ ଏହି ଆଧ୍ୟାତ୍ମିକ ଉପଚାର ସମ୍ପନ୍ନ କରିଥିଲେ । ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ ପୂର୍ବକ ନୂତନ ମନ୍ଦିରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆଦି କରିବା ସହ ମନ୍ଦିରକୁ ସୁସଜ୍ଜିତ କରାଯାଇଥିଲା। ଶ୍ରଦ୍ଧାଳୁମାନେ କଟକଣା ପାଳନ ପୂର୍ବକ ମନ୍ଦିରରେ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here