ଦିବ୍ୟ ଜୀବନ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ

0
207

ବ୍ରହ୍ମପୁର,୨୪/୦୭/୨୦୨୧: ଦିବ୍ୟ ଜୀବନ ସଂଘ, ସିଦ୍ଧାର୍ଥ ନଗର ଶାଖା ପକ୍ଷରୁ ସ୍ଥାନୀୟ ଶଙ୍କାରି ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି।ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦିନ କୁ ଗୁରୁ ପୂର୍ଣ୍ଣିମା ଭାବେ ପୂଜାର୍ଚ୍ଚନା କରାଯାଏ।ତେଣୁ ଆଜିର ଦିନ ରେ ସଂଘ ପକ୍ଷରୁ ସଦଗୁରୁ ଭଗବାନ ସ୍ବାମୀ ଶିବାନନ୍ଦ ସରସ୍ବତୀ ମହାରାଜା ଓ ସ୍ବାମୀ ଚିଦାନନ୍ଦ ମହାରାଜା ଙ୍କୁ ଗୁରୁ ଙ୍କ ଆସନରେ ଉପବେଶନ କରାଯାଇ ଯଥାବିଧି ଗୁରୁ ପୂର୍ଣ୍ଣିମା ର ସମସ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।ପ୍ରାତଃ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର,ଜପ ଧ୍ୟାନ, ଅର୍ଚ୍ଚନା( ॐ ଶ୍ରୀ ଚିଦାନନ୍ଦାୟ ନମଃ ଲକ୍ଷ ଅର୍ଚ୍ଚନା) ସ୍ବାଧ୍ୟାୟ, ପ୍ରଭୁ ପ୍ରାର୍ଥନା, ବିଶ୍ବ ପ୍ରାର୍ଥନା, ବିଶ୍ବ ର କଲ୍ୟାଣ ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା।ଏଥିରେ ପ୍ରକାଶ ଚନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସ୍ବାମୀ ବିଦ୍ୟାନନ୍ଦ ସରସ୍ବତୀ, ଜଗନ୍ନାଥ ପାତ୍ର,ସୀତାରାମ ଭାଇ, କୃଷ୍ଣଚନ୍ଦ୍ର ପଣ୍ଡା, ସତ୍ୟନାରାୟଣ ନନ୍ଦ, ଉମାଚରଣ ମହାନ୍ତି, ୟୁ.ଶିବଶଙ୍କର ପାତ୍ର, ରୀନା,ବବି,ଉମା,ମହାଲକ୍ଷ୍ମୀ, ଗୀତା,ଗୌରୀ ଭଉଣୀ ପ୍ରମୁଖ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here