ବରିଷ୍ଠ କଳାକାର ସଂଘ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ

0
291

ବ୍ରହ୍ମପୁର, ୨୪/୦୭/୨୦୨୧: କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ସରକାରଙ୍କ କୋଭିଡ୍ କଟକଣା ଅନୁପାଳନ ସହ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ଜାତୀୟ ସ୍ତରରେ ଖ୍ୟାତି ସଂପନ୍ନ ସଙ୍ଗୀତଜ୍ଞ ଗୁରୁ ଆଚାର୍ଯ୍ୟ ସୀମାଞ୍ଚଳ ଦାସ ମୁଖ୍ୟ ଅତିଥି ଏବଂ ସୁନାମଧନ୍ୟ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗୁରୁ ପୂର୍ଣ୍ଣିମା ପାଳନର ତାତ୍ପର୍ଯ୍ୟ ସହିତ ସମାଜରେ ଗୁରୁମାନଙ୍କ ସ୍ଥାନ ଅତି ଉଚ୍ଚରେ ରହିଛି ଓ ରହିବା ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ସେହିଭଳି ବରିଷ୍ଠ ନୃତ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ ମାମା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଓ ବରିଷ୍ଠ ଅଭିନେତା ନୀଳାମ୍ବର ସାହୁ ସମ୍ମାନିତ ଅତିଥି ଭାବରେ ଗୁରୁଙ୍କ ମାର୍ଗ ଦର୍ଶନକୁ ଅନୁସରଣ କଲେ ଜୀବନ ସ୍ଵୟଂ ସମ୍ପୂର୍ଣ ଓ କୃତାର୍ଥ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।
ସଭାପତି ଶ୍ରୀ ଆଚାର୍ଯ୍ୟ ଆଗାମୀ ସେପ୍ଟେମ୍ବର ପାଞ୍ଚ ପବିତ୍ର ଗୁରୁ ଦିବସ ଅବସରରେ ସଂଘ ପକ୍ଷରୁ କଳା କ୍ଷେତ୍ରର କତିପୟ ସୁନାମଧନ୍ୟ ଗୁରୁଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯିବା ନେଇ ତାଙ୍କ ଦୀକ୍ଷାନ୍ତ ଭାଷଣରେ ସୂଚନା ଦେଇଥିଲେ । ସଂଘ ସଂପାଦକ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଙ୍ଗୀତ ଗୁରୁ ଲକ୍ଷ୍ମୀ ନାରାୟଣ ସାମଲ ଅତିଥି ପରିଚୟ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଗୁରୁ ବନ୍ଦନା ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଭଗବାନ ସାମଲ, ମହେନ୍ଦ୍ର କୁମାର ସାହୁ, ନୀଳମାଧବ ଜେନା, କିଶୋର କପୁର୍, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ମାମିନା ମିଶ୍ର, ଗୀତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ କୋଷାଧ୍ୟକ୍ଷ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here