ଫେରାର ଥିବା ନକଲି ବିଦେଶୀ ମଦ ବେପାରୀ ଗିରଫ

0
117

ବ୍ରହ୍ମପୁର, ୨୫/୦୭/୨୦୨୧: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗରର ନକଲି ବିଦେଶୀ ମଦ ବ୍ୟବସାୟୀ ବୁଲୁ ଓରଫ ମନୋରଞ୍ଜନ ପଟ୍ଟନାୟକ ଅନ୍ୟ ରାଜ୍ୟକୁ ଖସି ପାଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ବ୍ରହ୍ମପୁର ବଡବଜାର ପୋଲିସ ଚଢ଼ାଉ କରି ରାଜଧାନୀ ଭୁବନେଶ୍ବର ର ମାଷ୍ଟର କ୍ୟାଣ୍ଟିନ ଛକରୁ ରେଳ ଷ୍ଟେସନ ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି। ଗତ ମଇ ୨୭ ତାରିଖ ଦିନ ବଡବଜାର ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବହୁ ପରିମାଣର ନକଲି ବିଦେଶୀ ମଦ ଓ ବିଭିନ୍ନ ସରଞ୍ଜାମ ଜବତ ହେବାସହ ଟିକୁନା ଓରଫ ନାରାୟଣ ବିଷୋୟୀ, ଏନ.ବୁଲୁ ପାତ୍ର, ସୁବାସ ଚନ୍ଦ୍ର ମହାରଣା, ମୁନା ଓରଫ ସନ୍ତୋଷ କୁମାର ସାବତ, ଓ ସନ୍ୟାସୀ ରାଉତ ୫ ଜଣ ଗିରଫ ହୋଇଥିଲେ। ହେଲେ ନକଲି ମଦ ବ୍ୟବସାୟର କିଙ୍ଗପିନ ବଡବଜାର ଥାନାର ଶ୍ରୀରାମ ନଗର ବାସିନ୍ଦା ବୁଲୁ ଓରଫ ମନୋରଞ୍ଜନ ପଟ୍ଟନାୟକ ଫେରାର ହେବାରେ ସଫଳ ହୋଇଥିଲା। ବୁଲୁ କୁ ଧରିବା ପାଇଁ ବଡବଜାର ପୋଲିସ ଜାଲ ବିଛାଇ ଶେଷରେ ସଫଳ ହୋଇଥିଲା। ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଡବଜାର ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଦୁଇ ଜଣ ଆରକ୍ଷୀ ଉପ ନିରୀକ୍ଷକ ପ୍ରଫୁଲ କୁମାର ସାହୁ,ଓ ଭାସତ ରଞ୍ଜନ ରାୟ ଏବଂ ପୋଲିସ ବାହିନୀ ଭୁବନେଶ୍ୱର ଯାଇ ମାଷ୍ଟର କ୍ୟାଣ୍ଟିନ ଛକରୁ ରେଳ ଷ୍ଟେସନ ମଧ୍ୟରେ ନକଲି ବିଦେଶୀ ମଦ ବ୍ୟବସାୟର ମୁଖ୍ୟ ଆସାମୀ ବୁଲୁ ଓରଫ ମନୋରଞ୍ଜନ ପଟ୍ଟନାୟକକୁ ଗିରଫ କରିଥିଲେ। ପୋଲିସ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ କରିବା ସହ ମୁଖ୍ୟ ଆସାମୀ ବୁଲୁର ୮ ଗୋଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here