୭୨ତମ ବନ ମହୋତ୍ସବ ପାଳିତ

0
137

ବ୍ରହ୍ମପୁର,୨୫/୦୭/୨୦୨୧: ଆଜି ସହର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବ୍ରହ୍ମପୁର ସବୁଜ ବାହିନୀ” ଓ ବ୍ରହ୍ମପୁର ଭଜୋରାମ ବିହାର ଉନ୍ନୟନ ପରିଷଦ ତରଫରୁ ୭୨ତମ ବନ ମହୋତ୍ସବ ପାଳନ କରାଯାଇଛି । ଭଜୋରାମ ବିହାର ରାସ୍ତା ପାଶ୍ବରେ ବିଭିନ୍ନ ବୃକ୍ଷ ୧୦୦ ଟି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ବାଦାମ,ପିଜୁଳି, ଜାମୁ କୋଳି ,ଅଁଳା ,କଦମ୍ବ, ଛତିୟାନା ଆଦି ଅନେକ ଉପାଦେୟ ଶହେ ଗୋଟି ବୃକ୍ଷ ଚାରା ରୋପଣ କରାଯାଇଛି । ଆପଣମାନେ ଜାଣିଛନ୍ତି ଯେ ବୃକ୍ଷ ର ବିକଳ୍ପ ନାହିଁ ,ବୃକ୍ଷ ବିନା ଜୀବ ଜଗତ ର ପରିକଳ୍ପନା ନାହିଁ । ସାରା ବିଶ୍ବ ବର୍ତ୍ତମାନ ଗ୍ଲୋବାଲ ୱର୍ମିଂଗ୍ ଓ ମହାମାରୀ କରୋନା ପ୍ରଭାବରେ କବଳିତ,ସବୁର ମୁଖ୍ୟ ହେଉଛି ଜୀବ ଜଗତର ଅସନ୍ତୁଳ, ଜୀବ ଜଗତ ତିଷ୍ଠି ରହିବାକୁ ହେଲେ ଏକମାତ୍ର ବିକଳ୍ପ ହେଲା ବୃକ୍ଷ ରୋପଣ ତେଣୁ ଆସନ୍ତୁ ସମସ୍ତେ ନିଜ କାର୍ଯ୍ୟାଳୟ, ବାସଗୃହ ଆଦି ଖୋଲା ସ୍ଥାନରେ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଆଦି ସାମାଜିକ କାର୍ଯ୍ୟକ୍ରମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା। ଆଜିର କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା ପ୍ରମୋଦ ଚୌଧୁରୀ, ହରେଷ ପଟନାୟକ, ନୀଳ ମାଧବ ପଟ ନାୟକ,ସନ୍ତୋଷ ପାତ୍ର,ଶଚିଦାନନ୍ଦ ପଟନାୟକ,ମହେଶ ପଟନାୟକ,ବସନ୍ତ ସାହୁ ଓ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ବନମାଳୀ ପ୍ରଧାନ, ଏସ. ରବି କୁମାର, ଗଣେଷ ପାଣିଗ୍ରାହୀ,ଏ. ପ୍ରକାଶ ,ପି. ବିନୋଦ, ଶିବରାମ ପାଣିଗ୍ରାହୀ ଅନ୍ୟମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ବୃକ୍ଷ ଚାରାରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here