ବିଦ୍ୟୁତ ସ୍ବର୍ଶ୍ୱରେ ମୃତ୍ୟୁ : ସମବେଦନା ଜଣାଇଲେ ବିଧାୟକ

0
304

ବୁଗୁଡା, ୨୬/୦୭/୨୦୨୧: ବୁଗୁଡା ସହରର ଶାନ୍ତି ନଗରର ଯୋଗୀ ନାୟକଙ୍କ ଧର୍ମପତ୍ନୀ ଚନ୍ଦ୍ରମା ନାୟକ ସଜନା ତୋଳିବା ସମୟରେ ବିଦ୍ୟୁତ ସଂସ୍ବର୍ଶ୍ୱରେ ଆସି ଗତ ଜୁଲାଇ ୨୨ ତାରିଖ ଦିନ ମୃତ୍ୟୁ ବରଣ କରିଥିବ ବେଳେ ଯୋଗୀ ଆଘାତ ପାଇଥିଲେ। ଖବର ପାଇବା ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଜୁଲାଇ ୨୬ ତାରିଖ ଦିନ ଯୋଗୀ ନାୟକଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଚନ୍ଦ୍ରମାଙ୍କ ବିୟୋଗରେ ସମବେଦନା ଜଣାଇବା ସହ ଆଶ୍ୱାସନା ଦେଇଥିଲେ। ଏଥି ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ସାହୁଙ୍କ ସହ କେ.ତ୍ରିଲୋଚନ ଦୋରା, ହର ପ୍ରସାଦ ମହାପାତ୍ର(ଶାନ୍ତନୁ), ରମଣ ନାୟକ, ପୂର୍ବତନ ଉପନଗରପାଳ ଚିତ୍ରସେନ ପ୍ରଧାନ, ବିଚିତ୍ର ବରାଡ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here