ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

0
137

ବୁଗୁଡା, ୨୬/୦୭/୨୦୨୧: ବୁଗୁଡା ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ସମିତି ସଭାଗୃହରେ ଜୁଲାଇ ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦଙ୍କ ଅନୁଦାନ, ବିଧାୟକଙ୍କ ଅନୁଦାନ ଓ ସରକାରୀ ଯୋଜନା ପ୍ରଭୃତି ବିଷୟରେ ଧାରଣା ପ୍ରଦାନ କରିଥିଲେ। ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ଗୌଡ଼ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ସମସ୍ତ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ବିଭିନ୍ନ ଲୋକଙ୍କ ଅଭିଯୋଗ ଶୁଣି ବିଡ଼ିଓ ଶ୍ରୀ ପାତ୍ରଙ୍କ ସହ ଆଲୋଚନା କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here