ଜଗଦଳପୁର ରେ କାର୍ଗିଲ ବିଜୟ ଦିବସ ପାଳିତ l

0
153

ବ୍ରହ୍ମପୁର, ୨୬/୦୭/୨୦୨୧:
୧୯୯୯ ମସିହା ଜୁଲାଇ ୨୬ ତାରିଖରେ କାରଗିଲ୍ ଯୁଦ୍ଧରେ ଭାବପ୍ରିୟ ସେନା ବାହିନୀ ପାକିସ୍ଥାନକୁ ପରାସ୍ଥ କରି ଜାତୀୟ ପତାକା ଉଡାଇଥିଲେ ଏବଂ ଆଜିର ଦିବସକୁ ସମଗ୍ର ଭାରତ ବର୍ଷରେ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରାଯାଉଛି।ତେବେ ଏହି ଦିବସ ଅବସରରେ ଆଜି ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ଏକ ଭିନ୍ନ ଢଙ୍ଗରେ ଏହି କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି।କାରଗିଲ୍ ଯୁଦ୍ଧରେ ଏହି ଗ୍ରାମର ବିର ପୁରୁଷ ଏସ୍.ଶ୍ରିନିବାସ ପାତ୍ର ଦେଶ ପାଇଁ ଲଢ଼ି ସହିଦ୍ ହୋଇଥିଲେ ଏବଂ ଆଜିର ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ ସହ ସମସ୍ଥେ ତାଙ୍କର ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ କୁକୁଡ଼ାଖଣ୍ଡି ବିଡିଓ ଶ୍ରୀ ଗଦାଧର ପାତ୍ର,କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ,ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିର ସହୀଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ଏବଂ ନିଜ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସହରର ସର୍ଦାର ବଲ୍ଲଭ ଭାଇ ପଟେଲ ସଙ୍ଘର ସଭାପତି ରାମ ପାତ୍ର,ଜଗଦଳପୁର ସରପଞ୍ଚ ହାଡୁବନ୍ଧୁ ବେହେରା,ମହନ୍ତ ଚିନ୍ମୟାନନ୍ଦ ଦାସ,ଏଲ୍.ପୁରୁଷୋତ୍ତମ ପାତ୍ର,ବି.ରବୀନ୍ଦ୍ର ପାତ୍ର,ଅର୍ଜୁନ ଦାସ,କେ.ତ୍ରିପତି ଦାସ,ଏସ.ତ୍ରିଲୋଚନ ପାତ୍ର,ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ,କିରଣ ସାହୁ, କେ.ସୁଦାମ ପାତ୍ର,ନାଗେଶ ପାତ୍ର,କେ. ତ୍ରିନାଥ ପାତ୍ର,ଏ. ବାବୁଲା ପାତ୍ରଙ୍କ ସମେତ ଗ୍ରାମର ଯୁବ ଗୋଷ୍ଠି ଓ ବିଭିନ୍ନ ସଂଘଠନ ର କର୍ମକର୍ତା ଯୋଗ ଦେଇ ସହୀଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟlର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ l

LEAVE A REPLY

Please enter your comment!
Please enter your name here