ସୋରଡ଼ା ବିଧାୟକଙ୍କ ସ୍ବର୍ଗତ ପିତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜିତ । ୫୦୧ ୟୁନିଟ ରକ୍ତ ସଂଗୃହୀତ ।

0
201

ବ୍ରହ୍ମପୁର, ୨୬/୦୭/୨୦୨୧:
ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ତଥା ସୋରଡା ବିଧାୟକ ଶ୍ରୀ ପୂର୍ଣଚନ୍ଦ୍ର ସ୍ୱାଇଁଙ୍କ ପୂଜ୍ୟପିତା ସ୍ବର୍ଗତ ମହାଦେବ ସ୍ବାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଆଜି ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଅଛି । ରାଜ୍ୟ ସରକାରଙ୍କ ସାଂପ୍ରତିକ କୋଭିଡ କଟକଣା ପ୍ରକାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୫୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସୋରଡା ବିଧାୟକ ଶ୍ରୀ ପୂର୍ଣଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ସ୍ୱର୍ଗତ ମହାଦେବ ସ୍ବାଇଁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ଓ ମୋ ପରିବାର ସଂଗଠକ ସୁବାଷ ମହାରଣା , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ପରିଷଦ ସଦସ୍ୟ ଯୋଗେନ୍ଦ୍ର ସ୍ୱାଇଁ , ଜଗନ୍ନାଥ ସାବତ , ଜିଲ୍ଲା ମହିଳା ବିଜେଡି ସଭା ନେତ୍ରୀ ଏମ୍ ସୁଜାତା ପାତ୍ର , ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମଣ ଚୌଧୁରୀ , ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା , ଛାତ୍ର ବିଜେଡି ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ , ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁନୀଲ ଗୌଡ଼, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ରାମହରି ମହାରଣା ମହାନଗର ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସଚିନ ପଣ୍ଡା , ଜିଲ୍ଲା ଛାତ୍ର ଡିଜିଟାଲ ସେକ୍ରେଟାରୀ ନିଖିଳ ଚୌଧୁରୀ , ଜିଲ୍ଲା ଯୁବ ବିଜେଡି ଡିଜିଟାଲ ସେକ୍ରେଟାରୀ ଗଣେଶ ସାହୁ , ଜିଲ୍ଲା ଆଇ.ଟି ଇନଚାର୍ଜ ରବୀନ୍ଦ୍ର ସାହୁ , ଛାତ୍ର ନେତା ଧିରେନ ରଣା , ଗୌରୀ ଶଙ୍କର ତ୍ରିପାଠୀ ପ୍ରମୁଖଙ୍କ ସହ ବହୁ ବରିଷ୍ଠ ନେତୃବୃନ୍ଦ ଶିବିରରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ସୋରଡା ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମୀ , ସମାଜସେବୀ ଓ ବୁଦ୍ଧିଜୀବୀ ମଣ୍ଡଳୀ ସମୂହ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ଆଶୀର୍ବାଦ କାମନା କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here