ପୋଡାମାରି ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0
220

ବ୍ରହ୍ମପୁର,୨୬/୦୭/୨୦୨୧: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ଯୁବ ରେଡକ୍ରସ୍ ବାହିନୀ ସଂଯୋଜକ ତଥା ଶାରୀରିକ ଶିକ୍ଷା ପ୍ରଶିକ୍ଷକ ସୁରେନ୍ଦ୍ରନାଥ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧକ୍ଷ ଇ , ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବନ ବିଭାଗ ପକ୍ଷରୁ ପୋଡାମାରି ରେଞ୍ଜର ସୁବାସ ଚନ୍ଦ୍ର ବେହେରା ସମ୍ମାନୀୟ ଅତିଥିଭାବେ ଅଂଶଗ୍ରହଣ କରିଥିଲେ । ” ସାଂପ୍ରତିକ ସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତା ‘” ବିଷୟକୁ ନେଇ ଅନୁଷ୍ଠିତ ମିଳିତ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରି ଉପସ୍ଥିତ ଅତିଥି ଓ ଅଧ୍ୟାପକଙ୍କ ସହ ମହାବିଦ୍ୟାଳୟ ଶିକ୍ଷାର୍ଥୀ ନିଜନିଜ ବକ୍ତବ୍ୟ ରଖିଥିଲେ । ବୃକ୍ଷ ରୋପଣ ସହିତ ଆନୁଷଙ୍ଗିକ ଯତ୍ନକୁ ନେଇ ଅନୁଷ୍ଠିତ ଆଲୋଚନାରେ ଶିକ୍ଷାର୍ଥୀଙ୍କୁ ଅନୁପ୍ରାଣିତ କରାଯାଇଥିଲା ।ଏହି ଅବସରରେ ଆୟୋଜିତ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରକାରେ ଅଧ୍ୟାପକ ମଣ୍ଡଳୀ ରେଡକ୍ରସ ସ୍ବେଛାସେବୀଙ୍କ ସହିତ ମିଶି ମହାବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷରୋପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା , ରାମସ୍ୱରୁପ ପାଣିଗ୍ରାହୀ , ସୁଚିତ୍ରା ଦେବୀ , ରଞ୍ଜିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସହିତ ବିନୋଦ ମଣ୍ଡଳ , କୃଷ୍ଣଚନ୍ଦ୍ର ନାୟକ , ରମେଶ ଗୌଡ ଏବଂ ଅଶୋକ କୁମାର ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here