ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
192

ବୁଗୁଡା, ୨୭/୦୭/୨୦୨୧: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁଲାଇ ୨୬ ତାରିଖ ଦିନ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପୋଷାକ ବଣ୍ଟନ ମେଳା କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଉଦଘାଟନ କରିଥିଲେ। ଏହାପରେ ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମେଳାରେ ୨୩୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସଏମସି ସଭାପତି ଶଙ୍କର ସେଠୀ, ଓ ସିଆରସିସି ପ୍ରତାପ କୁମାର ଖଡଙ୍ଗାଙ୍କ ସମେତ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ରବି ନାରାୟଣ ଭୂୟାଁ, ବିଷ୍ଣୁପ୍ରିୟା ପତି, ବିଳାସ କୁମାର ପୋଲାଇ, ଅମୀୟ ରଞ୍ଜନ ଭୂୟାଁ, ଶଙ୍କର ଦାଶ, କାଦମ୍ବିନୀ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ବେହେରା,ଓ ସଂଘମିତ୍ରା ରଥ, ଏବଂ ଅଭିଭାବକ ନମିତା କୁମାରୀ ଆଚାରୀ ଓ ଝିଲି ପରିଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here