ଜକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରଫ

0
437

ପୋଲସରା, ୨୯/୦୭/୨୦୨୧: ପୋଲସରା ବ୍ଲକ , କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜକର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ବେହେରା ସେହି ସ୍କୁଲର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ କରିବା ଅଭିଯୋଗରେ ଗିରଫ ହୋଇ ଜୁଲାଇ ୨୯ ତାରିଖ ଦିନ କୋର୍ଟ ଚାଲାଣ ହୋଇଥିବା କବିସୂର୍ଯ୍ୟନଗର ଥାନା ଆରକ୍ଷୀ ନିରୀକ୍ଷକ ପ୍ରଭାତ ସାହୁ ପ୍ରକାଶ କରିଛନ୍ତି। ଜୁଲାଇ ୨୮ ତାରିଖ ଦିନ ଛାତ୍ରୀ ଜଣଙ୍କୁ ନବୋଦୟ ଫର୍ମ ପୂରଣ କରିବାକୁ ଡାକି ଅଫିସ ରୁମରେ ଏକାକୀ ଆସିଥିବାର ସୁଯୋଗରେ ଛାତ୍ରୀ ପ୍ରତି ଅସାଦାଚରଣ କରିଥିବା ନେଇ ଅଭିଯୋଗ ପରେ କବିସୂର୍ଯ୍ୟନଗର ଥାନା କେସ ନଂ ୩୧୯/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ପ୍ରଧାନ ଶିକ୍ଷକ ବଳରାମ ବେହେରାଙ୍କୁ ଜେରା କରିବା ପରେ ସତ୍ୟ ଉନ୍ମୋଚିତ ହେବା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ପ୍ରଧାନ ଶିକ୍ଷକ ବଳରାମ ବେହେରାଙ୍କ ନିଜ ଗ୍ରାମ ମଥୁରା ହୋଇଥିବା ବେଳେ ସେ ପ୍ରାୟ ୨୦ ବର୍ଷ ହେଲା ପୋଲସରା ସହରରେ ଘରକରି ପିଲାଛୁଆ ଧରି ରହୁଛନ୍ତି। ସେପଟେ ମଥୁରା ଗ୍ରାମରେ ବାପା ମାଆ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଥିବା ବେଳେ ବଳରାମ ବାପା ମାଆଙ୍କୁ ପଚାରୁ ନଥିବା ଖବର ଶୁଣିବାକୁ ମିଳୁଛି। ବଳରାମ ବେହେରାଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିବା ଜଣାପଡିଛି। ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ପଦବୀରୁ ଏବିଇଓ ପଦବୀ ପାଇଁ ପ୍ରକାଶ ପାଇଥିବା ପଦୋନ୍ନତି ତାଲିକାରେ ବଳରାମ ବେହେରାଙ୍କ ନାମ ଥିବା ବେଳେ ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମକଦ୍ଦମା ଅଛି ନା ନାହିଁ ଓ ସେ ସସପେଣ୍ଡ ହୋଇଛନ୍ତି ନା ନାହିଁ ତଦନ୍ତ ପାଇଁ ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପତ୍ର ଆସିଥିବା ବେଳେ ବଳରାମ ପାଇଁ ଏହି ଘଟଣା ପଦୋନ୍ନତି ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here