ଯନ୍ତ୍ରୀ ଙ୍କ ବଦଳି ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ଆର୍ଥିକ କାରବାର ଅଭିଯୋଗ

0
822

ଭୂବନେଶ୍ୱର,୦୩/୦୮/୨୦୨୧: ଯନ୍ତ୍ରୀ ଙ୍କ ବଦଳି ପାଇଁ ଲକ୍ଷ ଲକ୍ଷ ଟଙ୍କାର କାରବାର।ଏପରି ଅଭିଯୋଗ ଆସିଛି ଗ୍ରାମ୍ୟ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ନାମରେ। ଅବଶ୍ୟ ଏହା କୈଣସି ନୂଆ କଥା ନହେଲେ ମଧ୍ୟ ,ଏପରି ଅଭିଯୋଗ ତଦନ୍ତ ସାପେକ୍ଷ।ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଙ୍କ ବଦଳି ପାଇଁ ଲକ୍ଷ ଲକ୍ଷ ଟଙ୍କା ର କାରବାର ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ନାମ ରେ ଖୋଦ ବିଭାଗୀୟ ଯନ୍ତ୍ରୀ ଅଭିଯୋଗ କରିଛନ୍ତି। ନିଜ ନାମ ଗୋପନ ରଖିବା ସର୍ତ୍ତ ରେ ଜୈନକ ଯନ୍ତ୍ରୀ ସୁଚନା ଦେଇଛନ୍ତି ଯେ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମିଶ୍ର ଭୂବନେଶ୍ୱର ସ୍ଥିତ ନିଜ ରାଜକୀୟ ବାସଭବନ କୋକିଳ ଭିଲ୍ଲା ଠାରେ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ସହ ଦୂର୍ନୀତି କୁ ପ୍ରଶୟ ଦେଉଛନ୍ତି।ବିଭାଗ ଅଧିନରେ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଗୋଟିଏ ଗୋଟିଏ ସେକ୍ସନ ରେ କାର୍ଯ୍ୟରତ ଥିବା ଯନ୍ତ୍ରୀ ଙ୍କୁ ବଦଳି ନକରିବା ଏବଂ ଆଉ କେତେକ ଯନ୍ତ୍ରୀ ଙ୍କୁ ନିଜ ଇଚ୍ଛା ମୁତାବକ ସ୍ଥାନ କୁ ବଦଳି ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କା ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କ ମାଧ୍ୟମରେ ନେଇଛନ୍ତି।ଆସନ୍ତା ଅକ୍ଟୋବର ମାସ ରେ ଅବସର ନେବାକୁ ଥିବା ସର୍ବୋଚ୍ଚ ଯନ୍ତ୍ରୀ ମଧ୍ୟ ଏପରି ସୁଯୋଗ ହାତଛଡା କରିବାକୁ ଚାହୁଁନଥିବା ବେଳେ ଟଙ୍କା ଦେଇ କାମ ହାସଲ ହୋଇନଥିବା କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ମାନେ ନିରାଶ ହେବା ସହ ନିର୍ବାହୀ ଯନ୍ତ୍ରୀ ଙ୍କ ମାଧ୍ୟମରେ ଟଙ୍କା ଦେଇଥିବା ହେତୁ ଆଉ ଫେରି ପାଇବା ଆଶା ଛାଡି ଦେଲେଣି।ଯାହା କି ବର୍ତ୍ତମାନ ସମୟରେ ତାହା ପ୍ରଘଟ ହେବାରେ ଲାଗିଛି।ଅନ୍ୟପକ୍ଷରେ ଭୂବନେଶ୍ୱର ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଦୂରଦୂରାନ୍ତରୁ ଆସୁଥିବା ଠିକାଦାର, ଯନ୍ତ୍ରୀ ମାନଙ୍କୁ କୋଭିଡ ଆଳରେ ଅନୁମତି ଦିଆଯାଉନଥିବା ବେଳେ, ଯେଉଁ ମାନଙ୍କ ଦ୍ଵାରା ଆର୍ଥିକ କାରବାର ହୋଇପାରିବ କେବଳ ସେମାନଙ୍କୁ ଅନୁମତି ଦିଆଯାଉଥିବା ଅଭିଯୋଗ ହେଉଛି।ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏତେ ଏସବୁ ପ୍ରକାର ଦୂର୍ନୀତି ହେଉଥିବା ବେଳେ ରାଜ୍ୟରେ ସ୍ବଛ ଶାସନ ର ଡିଣ୍ଡିମ ପିଟୁ ଥିବା ନବୀନ ପଟ୍ଟନାୟକ ଙ୍କ ମୋ ସରକାର, 5-T କୁଆଡେ ଗଲେ।କୁଆଡ଼େ ଗଲେ ବିଭାଗୀୟ କାଢୁଆ ବିଭାଗୀୟ ସଚିବ। ଏପରି ଦୂର୍ନୀତିଗ୍ରସ୍ତ ଅଧିକାରୀ ଙ୍କ କାର୍ଯ୍ୟକଳାପ ଭିଜିଲାନ୍ସ ଦ୍ବାରା ତଦନ୍ତ ହେବ ନା ଖୋଲା ଛଡା ଦିଆଯିବ, ଦୂର୍ନୀତି କୁ ପ୍ରଶୟ ଦେବା ପାଇଁ।ତାହା ସମୟ କୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here