ଆଜି ଦିନ ର ପ୍ରମୁଖ ଖବର @ ୧୦ ଟପ ଖବର

0
203

(୧)ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍ । ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ଉପଦେଷ୍ଟାଙ୍କଠାରୁ ଲୁଟ୍‌ । ପିଲାଙ୍କ ନାଁଲେଖା ଟଙ୍କା ଜମା କରିବାକୁ ଯିବା ବେଳେ ଲୁଟିନେଲେ ଦୁର୍ବୃତ୍ତ । ମହିଳାଙ୍କ ଅଭିଯୋଗ ପରେ ନୟାପଲ୍ଲୀ ପୋଲିସର ତଦନ୍ତ ଜାରି ।

(୨)ଚାନ୍ଦିଲି ଡ଼୍ୟାମର ଗୋଟିଏ ଗେଟ୍‌ ଦେଇ ନଦୀକୁ ବନ୍ୟା ଜଳ ପ୍ରବେଶ କରିଥିଲା । ଗାଲୁଡ଼ି ଜଳ ରାଜଘାଟରେ ପହଞ୍ଚିବାକୁ ୨୪ ଘଣ୍ଟା ସମୟ ଲାଗୁଥିବା ବେଳେ ସୋମବାର ସକାଳୁ ଏହି ବନ୍ୟା ଜଳ ପ୍ରବେଶ କରିଥିଲା, ଏହା ଦ୍ବାରା ଜଳ ସ୍ତର କ୍ରମାଗତ ବୃଦ୍ଧି ହେବାର ଲାଗିଛି।

(୩)ବେଗୁନିଆ: ଘରୁ ଡାକିନେଇ ଆଦିବାସୀ ଯୁବକଙ୍କୁ ହତ୍ୟା । ଖୋର୍ଦ୍ଧା ସଦର ଥାନା ଅଧିନ କରଡ଼ଗାଡ଼ିଆ ସ୍ମଶାନରେ ଜାଳିଦେଲେ ଶବ, ମାନବଵାଦୀ ସଙ୍ଗଠନରେ ନ ମିଶିବାରୁ ହତ୍ୟାକରା ଯାଇଥିବା ସୂଚନା। ସାଇଣ୍ଟିଫିକ ଟିମ ସହିତ ଘଟଣାର ତଦନ୍ତ କରୁଛି ପୋଲିସ। ପୋଲିସ ଦ୍ୱାରା ୬ ଅଟକ।

(୪)କେନ୍ଦୁଝର: ନାବାଳିକା ଦୁଷ୍କର୍ମୀ କୁ ୧୦ ବର୍ଷ ଜେଲ ଓ ୧୦ ହଜାର ଜରିମାନା। ୨୦୧୬ରେ ଯୋଡା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା।

(୫)ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ରେ ପତ୍ନୀ ବିଦ୍ୟାଭାରତୀ ଙ୍କୁ ଜେରା। ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ମାରାଥନ ଜେରା କରି ଫେରିଲା ପୁଲିସ ଟିମ। ବିଦ୍ୟାଙ୍କ କପ୍ତିପଦା ଘରେ ଜେରା କରିଥିଲା ୪ ଜଣିଆ ପୁଲିସ ଟିମ। ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଚାଲିଥିଲା ଜେରା। ଜେରା ନେଇ କୌଣସି ପ୍ରତିକ୍ରିୟା ଦେଲେନି ବିଦ୍ୟାଭାରତୀ କିମ୍ବା ତାଙ୍କ ପରିବାରବର୍ଗ।ଅନ୍ୟ ପଟେ ନ୍ୟାୟ ନ ମିଳିଲେ କୋର୍ଟ ର ଦ୍ବାରସ୍ଥ ହେବେ ବୋଲି କହିଲେ ସୌମ୍ୟରଞ୍ଜନ ଙ୍କ ବାପା

(୬)ଓଡ଼ିଆ ଝିଅ ହେଲେ ସାରାଦେଶରେ ସିବିଏସଇ ଟପ୍ପର।ଓଡିଆ ଝିଅ ଆଣିଛନ୍ତି ରାଜ୍ୟ ପାଇଁ ଖୁସୀ ଖବର । କେନ୍ଦ୍ରାପଡା ଓଳାଭର ବରୁଣା ଗାଁର ଅମ୍ରିତା ବେହେରା ସାରା ଦେଶରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପର ହୋଇଛନ୍ତି । ସେ ୫୦୦ରୁ ୪୯୯ ନମ୍ବର ରଖିଛନ୍ତି ।ଅମ୍ରିତା ଦିଲ୍ଲୀ ନିକଟସ୍ଥ ନୋଏଡାର ସେକ୍ଟର ୨୭ରେ ରୁହନ୍ତି । ତାଙ୍କ ବାପା ଆଏଓସିଏଲ୍‌ର ଜେନେରାଲ୍‌ ମ୍ୟାନେଜର ହୋଇଥିବା ବେଳେ ମାଆ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ।ନୋଏଡାସ୍ଥିତ କେମ୍ବ୍ରିଜ୍‌ ବିଦ୍ୟାଳୟରେ ଅମ୍ରିତା ପାଠ ପଢୁଥିଲେ ।

(୭)ଅଗଷ୍ଟ ମାସରେ ସରକାରୀ ଅଫିସ ଚାଲିବା ନେଇ GA ସାଧାରଣ ପ୍ରଶାସନ ବିଭାଗର SOP ଜାରୀ । ଟିକା ନେଇଥିବା ସମସ୍ତ ସରକାରୀ କର୍ମଚାରୀ ଅଫିସ ଆସିବେ । ଟିକା ନେଇ ନ ଥିଲେ କାରଣ ଦର୍ଶାଇବାକୁ ନିର୍ଦେଶ ।ସମ୍ପୃକ୍ତ ବିଭାଗର ମୁଖ୍ୟଙ୍କୁ ଟିକା ନନେବାର କାରଣ ଜଣାଇବେ କର୍ମଚାରୀ।

(୮)ସିବିଏସଇ ଦଶମ ଫଳ ପ୍ରକାଶ। ୯୯.୦୪% ଛାତ୍ରଛାତ୍ରୀ ପାସ୍‌। ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୯୦% କିମ୍ବା ତାଠୁ ଅଧିକ ନମ୍ବର ରଖିଛନ୍ତି।୫୭୮୨୪ ଛାତ୍ରଛାତ୍ରୀ ୯୫% କିମ୍ବା ତାଠୁ ଅଧିକ ନମ୍ବର ରଖିଛନ୍ତି।ଭୁବନେଶ୍ବର ରିଜିଅନରେ ୯୯.୬୨% ଛାତ୍ରଛାତ୍ରୀ ପାସ୍‌।

(୯)ବାଲେଶ୍ୱର: ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ୨ ମୃତ, ସିମୁଳିଆ ଥାନା କହ୍ନେଇବିଙ୍ଗା ପଞ୍ଚାୟତ ମାନସପଡ଼ା ଗାଁରେ ଘଟିଛି ଅଘଟଣ।

(୧୦)ବଲିଉଡ୍ ସିଙ୍ଗର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା । ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ ତଲୱାର।

LEAVE A REPLY

Please enter your comment!
Please enter your name here