ଶେରଗଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

0
592

ଶେରଗଡ,୦୪/୦୮/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଓଡ଼ିଶାର ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ଦୁର୍ନିତି ପ୍ରତିବାଦରେ ଆଜି ଶେରଗଡ଼ ଠାରେ ବିକ୍ଷୋଭ କରିଥିଲେ। ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ମେଧା ପରିବର୍ତ୍ତେ ଟଙ୍କା କାରବାର ହୋଇଥିବା ଓଡ଼ଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ଚାକିରୀ ବିକ୍ରି ପ୍ରତିବାଦ ରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜୟଦେବ ଜେନା ଓ ଓବିସି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସଞ୍ଜୟ ପ୍ରଧାନ ଙ୍କ ନେତୃତ୍ବରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ରେ ରାଜ୍ଯ ଯୁବ ମୋର୍ଚ୍ଚା ପ୍ରଭାରୀ ସିଦ୍ଧାନ୍ତ ଗଙ୍ଗଦେବ,ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ଉପ ସଭପତି ରାକେଶ ରଥ ଓ ବିଜେପି ନେତା ବିଜୟ ବିଶ୍ବାଳ , ଜଗନ୍ନାଥ ପାତ୍ର, ଶିବରାମ ଗୌଡ,ସୁଶାନ୍ତ ସେଠି, ଟି. ମୁନେଶ ଡୋରା ପ୍ରମୁଖ ବିକ୍ଷୋଭ ରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here