ସାନଖେମୁଣ୍ଡିରେ ପ୍ରାକ୍ ପଞ୍ଚାୟତ ନିର୍ବାଚନୀ ଉଷ୍ମତା ।ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳର ସମ୍ବର୍ଦ୍ଧନା ସଭାରେ ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

0
870

ବ୍ରହ୍ମପୁର, ୦୪/୦୮/୨୦୨୧: ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ପ୍ରାକ୍ ପଞ୍ଚାୟତ ନିର୍ବାଚନୀ ଉଷ୍ମତା ପରିଲକ୍ଷିତ ହେଉଅଛି । ନିର୍ବାଚନ ପୂର୍ବବର୍ତ୍ତୀ ସମର ସଜ୍ୱାରେ ଶାସକ ବିଜେଡି ଆଗରେ ଥିବା ସହ ଉଭୟ ସମିତିକୁ ନିଜ ଅକ୍ତିଆରରେ ରଖିବା ଆକଳନ କରି ରଣ କୌଶଳ ଜାରି ରଖିଥିବା ଦେଖିବାକୁ ମିଳିଅଛି । ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ମହିଳା ବିଜେଡି ସଂଗଠନ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଛାମୁଆଁ କମୀଙ୍କୁ ନେଇ ଦଳ ସୁଦୃଢ ସ୍ଥିତିରେ ଥିବା ସହିତ ଅନୁଗତଙ୍କୁ ନେଇ ଅଙ୍କକଷା ବଳବତ୍ତର ଥିବା ଲକ୍ଷ୍ କରାଯାଇଅଛି । ଏହି ସ୍ଥିତିରେ ସମ୍ପ୍ରତି ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯୁବ ଓ ଛାତ୍ର ସଂଗଠନ ପୁନର୍ଗଠିତ ହୋଇଥିବା ବେଳେ ପ୍ରମୁଖ ନୂଆଁ ଚେହେରାକୁ ସାନଖେମୁଣ୍ଡି ସଂଗଠନରେ ସାମିଲ କରାଯାଇଅଛି । ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସୁପାରିଶ କ୍ରମେ ନବ ନିଯୁକ୍ତ ସଂଗଠନ କର୍ମକର୍ତ୍ତାଙ୍କୁ ଆଜି ଧରାକୋଟ ରାଜପ୍ରାସାଦରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିବା ବେଳେ ଏହି ମୁହୂର୍ତ୍ତରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା , ଡେଙ୍ଗାଡ଼ି , ସାହାସପୁର ଏବଂ ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିବା ନେଇ ସୂଚନା ମିଳିଅଛି । ପଟିଗୁଡା ପଞ୍ଚାୟତର ସୀମାଞ୍ଚଳ ଗୌଡ ,ମୋଚିଆ ଗୌଡ , ସୀମାଂଚଳ ପାତ୍ର , ଡେଙ୍ଗାଡି ପଞ୍ଚାୟତର ଶିବ ସୁନ୍ଦର ପ୍ରଧାନଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବିଜେଡିକୁ ଆସିଥିବା ବେଳେ ସାହାସପୂର ପଞ୍ଚାୟତର ପୂର୍ବତନ ସରପଞ୍ଚ ଈଶ୍ୱର ସ୍ବାଇଁ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଧରାକୋଟ ବ୍ଲକ ଜଗମୋହନ ପଞ୍ଚାୟତର ବହୁ କର୍ମୀ ବ୍ଲକ ବିଜେଡି ସଭାପତି ସଞ୍ଜୟ କୁମାର ପାତ୍ର ଓ ରବି ଘୋଷଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିବା ଜଣା ଯାଇଅଛି । ମାନ୍ୟବର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଏକ ସ୍ବତନ୍ତ୍ର ଉତ୍ସବରେ ନବ ନିଯୁକ୍ତ ଯୁବ ଓ ଛାତ୍ର ସଂଗଠକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଉପଢ଼ୌକନ ଦେଇ ଦଳରେ ସାମିଲ କରିଛନ୍ତି । ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବରେ ସାନଖେମୁଣ୍ଡି ବ୍ଲକ ସଭାପତି ଧୋବା ସ୍ବାଇଁ , ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ , ଶଙ୍କର୍ଷଣ ସ୍ବାଇଁ , ଗଙ୍ଗାଧର ପାତ୍ର , ଅମିନ ପ୍ରଧାନ , ସନ୍ତୋଷ ବିଷୋୟୀ , ବିଜୟ କୁମାର ପ୍ରଧାନଙ୍କ ସହିତ ଧରାକୋଟ ବ୍ଲକର ସନାତନ ପଣ୍ଡା , ଦିଲୀପ କୁମାର ସ୍ବାଇଁ , ଦୟାନିଧି ପ୍ରଧାନ , ସୁନିଲ କୁମାର ସ୍ବାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here