ଗଞ୍ଜାମ ଜିଲ୍ଲା ସମାଜ କଲ୍ଯାଣ ଅଧିକରୀ ଙ୍କ ଶେରଗଡ ଗସ୍ତ

0
532

ଶେରଗଡ,୦୮/୦୮/୨୦୨୧:(ଡାକ୍ତରହୃଷୀକେଶମହାନ୍ତି) ଗଞ୍ଜାମମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ ଶେରଗଡ ବ୍ଲକ ଗସ୍ତ ରେ ଆସି ବିଭିନ୍ନ ଅଂଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି।ଏହି ସମୟରେ ଶେରଗଡ ସିଡିପିଓ ଗୀତାରାଣୀ ରାଉଳ,ପରିଦର୍ଶିକା ସ୍ମିତାରାଣୀ ପ୍ରଧାନ, ଏ.ବାସନ୍ତୀ ଓ ମିନତୀ ଜେନା ଉପସ୍ଥିତ ଥିଲେ ।ପିତ୍ତଳ ପଂଚାୟତର ସନ୍ତୋଷପୁର ୨ୟ କେନ୍ଦ୍ର ରେ ଅନୁଷ୍ଠିତ ନିର୍ଭୟ କଢି ଅଦ୍ୱିକା କାର୍ଯ୍ୟକ୍ରମକୁ ସମାଜ କଲ୍ଯାଣ ଅଧିକାରୀ ପ୍ରଦୀପ ପ୍ରଜ୍ଜ୍ଵଳିତ କରି ଶୁଭାରମ୍ଭ କରିଥିଲେ ।ଏଥିସହ କୁମାରୀ ବାଳିକା ମାନଙ୍କୁ ସେମାନଙ୍କ ଜୀବନ ଚର୍ଯ୍ଯା ସଂପର୍କରେ ମାର୍ଗଦର୍ଶନ ଦେଇ ଉଦବୋଧନ ଦେଇ ଥିଲେ । ଶେରଗଡ ବ୍ଲକ ର ଅଙ୍ଗନବାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରି ଶ୍ରୀମତି ମଲ୍ଲିକ ସନ୍ତୋଷ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here