ଡେଙ୍ଗାଉସ୍ତା ଡାକ୍ତରଖାନାରେ ଏକ ଗର୍ଭରେ ତିନି ଶିଶୁକନ୍ୟାଙ୍କୁ ଜନ୍ମଦେଲେ ଆଦିବାସୀ ମହିଳା ।

0
681

ବ୍ରହ୍ମପୁର ,୧୪/୦୮/୨୦୨୧ : ଗଞ୍ଜାମ ଜିଲ୍ଲା ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଡେଙ୍ଗାଉସ୍ତା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଆଜି ଜନୈକ ଗର୍ଭବତୀ ମହିଳାଙ୍କ ତିନି ଶିଶୁକନ୍ୟା ଜନ୍ମଲାଭ କରିଛନ୍ତି । ପ୍ରସବ ବେଦନା ଆରମ୍ଭ ହେବାରୁ ସମ୍ପର୍କୀୟଙ୍କ ସହ ମେଡିକାଲ ଆସିଥିବା ଏହି ଆଦିବାସୀ ମହିଳାଙ୍କୁ ଷ୍ଟାଫ୍ ନର୍ସ ମଧୁସ୍ମିତା ପଟ୍ଟନାୟକ ଅକ୍ଲାନ୍ତ ପରିଶ୍ରମ କରି ସ୍ଵାଭାବିକ ପ୍ରସବ କରାଇଥିବାରୁ ଅଞ୍ଚଳର ସୁନାମ ଆଣିଥିବା ଆଲୋଚନା ହେଉଅଛି । ସୂଚନା ପ୍ରକାରେ ଆଦିବାସୀ ଅଧ୍ୟୁଷିତ ଟି ଗୋବିନ୍ଦପୁର ଅଞ୍ଚୟତର ଖେମୁଣ୍ଡିଖୋଲ ଗ୍ରାମର ସୋରାବତୀ ମଣ୍ଡଳ ନାମ୍ନୀ ଏହି ମହିଳାଙ୍କ ଆଜି ସକାଳ ଆଠ ଘଟିକା ସମୟରେ ପ୍ରଥମ ,ପର ୧୫ ମିନିଟରେ ଦ୍ଵିତୀୟା ଏବଂ ପର ୧୦ ମିନିଟ ବ୍ୟବଧାନରେ ସକାଳ ଘ ୮-୨୫ ମି ରେ ତୃତୀୟା ଶିଶୁକନ୍ୟା ଭୂମିଷ୍ଟ ହୋଇଥିଲେ । ପ୍ରସବ ପରେ ପ୍ରତି ଶିଶୁ କନ୍ୟାଙ୍କ ଓଜନ ପାଖାପାଖି ଦେଢ଼ କିଲୋଗ୍ରାମ ଥିବା ସହିତ ପ୍ରସୂତୀ ମା ଙ୍କ ସହ ସୁସ୍ଥ ଥିବା ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅଧିକ୍ଷକ ଡ଼ା ବାହନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି । ଅନ୍ୟ କ୍ରମରେ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ନିଆଯାଉଥିବା ବେଳେ ଏକକାଳୀନ ଜନ୍ମ ଲାଭ କରିଥିବା ଏହି ତିନି ଶିଶୁକନ୍ୟାଙ୍କ ଉନ୍ନତି ପାଇଁ ଆଦିବାସୀ ଶ୍ରେଣୀର ମହିଳାଙ୍କୁ ବିଧିସମ୍ମତ ପ୍ରୋତ୍ସାହନ ପ୍ରଦାନ କରାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ରଖାଯାଇଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here