ବ୍ରହ୍ମପୁର,୧୬/୦୮/୨୦୨୧:ଗୋପାଳପୁର ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ସହିଦ୍ ମାନଙ୍କୁ ସଲାମ୍ ଜଣାଇଲେ ଏକ୍ସ-ଜେନ କଲେଜ୍ ଅଫ୍ ଭିଜୁଆଲ୍ ଆର୍ଟ ଛାତ୍ରଛାତ୍ରୀ ।ବାଲୁକା କଳାଟି ଯେମିତି ଜୀବନ୍ତ ହୋଇଉଠିଛି ଛାତ୍ରଛାତ୍ରୀଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଭାସ୍କର୍ଯ୍ୟ କଳା ଶିଳ୍ପୀ ଶ୍ରୀ ଶଙ୍କର ଜେନାଙ୍କ ତତ୍ତ୍ଵାବଧାନରେ ଏକ ସୁନ୍ଦର ବାଲୁକା ଶିଳ୍ପ ନିର୍ମାଣ କରାଯାଇଥିଲା।ସ୍ୱାଧୀନତା ଦିବସକୁ ସ୍ମରଣୀୟତା ଉପଲକ୍ଷେ ଏହା ଏକ ଅଭିନବ ପ୍ରୟାସ ସହିତ ଗଞ୍ଜାମର ଚିତ୍ରକଳାକୁ ସର୍ବଦା ବିଶ୍ଵ ଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଏକ ସ୍ବତନ୍ତ୍ର ପ୍ରୟାସ ସବୁବେଳେ ସଚେତନ ମୂଳକ ଚିତ୍ରକଳା ଏବଂ କଳାର ବିକାଶ ପାଇଁ ଏକ୍ସ ଜେନ କଲେଜ ନିଆରା ପ୍ରୟାସ କରିଥାଏ। ଗଞ୍ଜାମର କଳାକୁ ଉନ୍ନତିକରଣ କରିବାରେ ଏହି କଲେଜଟି ମାର୍ଗଦର୍ଶକର ଏକ ମହାର୍ଘ୍ୟ ଉଦାହରଣ ହୋଇ ପାରିବ ଏହି ଆଶା ଓ ବିଶ୍ବାସ ବିଷୟ କଲେଜର ଅଧ୍ୟକ୍ଷ ଶ୍ରୀ ଉଜ୍ବଳ କୁମାର ସାହୁ ମତ ବ୍ୟକ୍ତ କରିଛନ୍ତି।