ବ୍ରହ୍ମପୁର , ୧୬/୦୮/୨୦୨୧: ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଆଜି ସାନଖେମୁଣ୍ଡି ବ୍ଲକ ଗସ୍ତରେ ଆସି ଛଣମେରୀ ପଞ୍ଚାୟତର ବିଭିନ୍ନ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟଧାରାକୁ ତର୍ଜମା କରିଥିବା ସହିତ ଛଣମେରୀ ପ୍ରାଥମିକ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀ ପ୍ରକୋଷ୍ଠ , ଆମ ଗାଁ ଆମ ବିକାଶ ଅନ୍ତର୍ଗତ ଆଦର୍ଶ ପାଠାଗାର , ଡେଙ୍ଗାଉସ୍ତା କୈଳାସପୁର ସିମେଣ୍ଟ କଂକ୍ରିଟ ରୋଡ ଓ ମଣିଦେଇପେଣ୍ଠ ଆଦର୍ଶ କଲ୍ୟାଣୀ ମଣ୍ଡପକୁ ଉଦଘାଟିତ କରିଛନ୍ତି । ପୂର୍ବତନ ସାନଖେମୁଣ୍ଡି ବିଧାୟିକା ତଥା ରାଜ୍ୟ ମହିଳା ବିଜେଡି ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଧୋବା ସ୍ବାଇଁ , ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ , ସରପଞ୍ଚ ନୀଳମାଧବ ରାଉତ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀଙ୍କ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସହିତ ସମସ୍ତ ଦଳୀୟ ପଞ୍ଚାୟତ ଜନପ୍ରତିନିଧି ଉପସ୍ଥିତ ରହିଥିଲେ । ଛଣମେରୀ ପଞ୍ଚାୟତ ସମିତି ସଭ୍ୟ ଗୀତାଞ୍ଜଳୀ ସାମନ୍ତରା , ଜିଲ୍ଲା ପରିଷଦ ସଭ୍ୟ ଗୀତାଞ୍ଜଳି ନାଏକ , ପୂର୍ବତନ ସରପଂଚ ବିଜୟ ପ୍ରଧାନ ପ୍ରମୁଖ ସରକାରଙ୍କ ଆନୁଷଙ୍ଗିକ ଜଣ ସମାଜ ମଙ୍ଗଳ କାର୍ଯ୍ୟକ୍ରମକୁ ତର୍ଜମା କରିଥିବା ବେଳେ ଦଳୀୟ ସଂଗଠକଙ୍କୁ ନେଇ ସାଂସଦ ଓ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଆଲୋଚନା କରିଥିଲେ । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତିରେ ଛଣମେରୀ ପଞ୍ଚାୟତର ଭାଗିଦାରୀକୁ ନେଇ ମାନନୀୟା ସାଂସଦ ଶ୍ରୀମତୀ ବିଷୋୟୀ , ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ କର୍ମୀ ଓ କର୍ମକର୍ତ୍ତାଙ୍କ ଗହଣରେ ପଞ୍ଚାୟତର ବିଭିନ୍ନ ଆନୁଷଙ୍ଗିକ ଉନ୍ନୟନ ମୂଳକ ତଥା ସମାଜ ମଙ୍ଗଳ କାର୍ଯ୍ୟର ଆଲୋଚନା କରିଥିଲେ ।
ସନ୍ତୋଷ କୁମାର ଦାଶ ।