୪୮୦ ଲିଟର ଦେଶୀ ମଦ ଜବତ, ୪ ଜଣ ଗିରଫ

0
417

ବ୍ରହ୍ମପୁର, ୨୦/୦୮/୨୦୨୧: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଦକ୍ଷିଣାଞ୍ଚଳ ଅବକାରୀ ଉପ-ଆୟୁକ୍ତ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ସୋରଡା ତହସିଲଦାର ତଥା ଏଗଜିକିଉଟିଭ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ସୋରଡା ତହସିଲ ଅନ୍ତର୍ଗତ ବଡଗଡ଼ ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୭୫୪୦ ଲିଟର ଗୁଡ଼ପୋଚ ନଷ୍ଟ କରିଥିବା ବେଳେ ୪୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଦୁଇ ମହିଳା ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଗଷ୍ଟ ୨୦ ତାରିଖ ଦିନ ଅବକାରୀ ବିଭାଗ ଓ ବଡଗଡ଼ ପୋଲିସ ବାହିନୀ ପକ୍ଷରୁ ବଡଗଡ଼ ଅଞ୍ଚଳର କେ.ଭୀମପୁର, ରାତପୁର, ଖଜୁରୀ ପଲ୍ଲୀ, ବାହାଡାପଦର, ଓ ପୁରୁଣା ଗଡ଼ ପ୍ରଭୃତି ଗ୍ରାମରେ ଚଢ଼ାଉ କରି ୭୫୪୦ ଲିଟର ପୋଚ ନଷ୍ଟ କରିବା ସହ ୪୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା। ଏଥିସହ ମଦ ରାନ୍ଧିବା ପାଇଁ ମହୁଲ ଗଚ୍ଛିତ ଥିବା ଖବର ପାଇ ଅବକାରୀ ବିଭାଗ ବଡଗଡ଼ର ଜଣଙ୍କ ଘରେ ଚଢ଼ାଉ କରି ୬ କୁଇଣ୍ଟାଲ ୮ ଶହ କିଲୋ ମହୁଲ ଜବତ କରିଥିଲେ । ଏହି ଚଢ଼ାଉରେ ୭ ଟି ମାମଲା ରୁଜୁ ହେବା ସହ ଦୁଇ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ କାର୍ଯ୍ୟରେ ଆସିକା ଅବକାରୀ ଉପନିରିକ୍ଷକ ପ୍ରଦୀପ କୁମାର ମହାନ୍ତି ଓ କର୍ମଚାରୀ ବୃନ୍ଦ, କାଟୁ ଅବକାରୀ ଉପନିରୀକ୍ଷକ ଧନଞ୍ଜୟ ପାତ୍ର ଓ କର୍ମଚାରୀ ବୃନ୍ଦ, ଜିଲ୍ଲା ଅବକାରୀ ସ୍କ୍ୱାର୍ଡ, ଏବଂ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ସଂସ୍ଥା ର କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here