ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

0
359

ବ୍ରହ୍ମପୁର,୨୧/୦୮/୨୦୨୧ : ଆମ୍ବପୁଆ ବୀମା ନଗର ଛକ ନିକଟରେ ଏକ ଅସହାୟ ବୃଦ୍ଧା ୧୦ ଦିନ ହେଲା ଖରା, ବର୍ଷା, ଶୀତ କାକରରେ ରହି ଆସୁଥିବା ବେଳେ ଶୁକ୍ରବାର ଏହି ବୃଦ୍ଧା ଜଣକ ରାସ୍ତାରେ ପଡ଼ି ରହିଥିବା ପରିଲକ୍ଷିତ ହୋଇଥିଲା । ଏପରି ବୃଦ୍ଧାଙ୍କ ପଡିରହିଥିବା ନେଇ ପ୍ରଥମେ ସମାଜସେବୀ ତଥା ଶିକ୍ଷୟତ୍ରୀ ଶୁଭଶ୍ରୀ ସାବତ ଏବଂ ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏ ସଂକ୍ରାନ୍ତରେ ଲଲାଟେନ୍ଦୁ ଉପଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଉପଜିଲ୍ଲାପାଳ ଓ କମିଶନର ତାଙ୍କରି ଟିମ୍ ସହ ଆମ୍ବୁଲାନ୍ସ ପଠାଇ ଉକ୍ତ ବୃଦ୍ଧା ମା’ଙ୍କୁ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା ନିମନ୍ତେ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ସ୍ଥାନାନ୍ତରିତ ବେଳେ ସହକାରୀ ଜିଲ୍ଲାପାଳ ବିନୋଦ ବେହେରା, କେ. ସି. ବେହେରାଙ୍କ ସମେତ ମହାନଗର ନିଗମ ର କିଛି କର୍ମଚାରୀ ଉପସ୍ଥିତ ଥିଲେ । ଚିକିତ୍ସା ପରେ ବୃଦ୍ଧାଙ୍କୁ ବୃଦ୍ଧା ଆଶ୍ରମରେ ଥଇଥାନ କରାଯିବ ବୋଲି ସହକାରୀ ଜିଲ୍ଲାପାଳ ବିନୋଦ ବେହେରା କହିଛନ୍ତି । ଏପରି ବୃଦ୍ଧାଙ୍କୁ ସହଯୋଗ ମିଳିଥିବା ଯୋଗୁଁ ବିଭିନ୍ନ ମହଲରୁ ପଶୁପ୍ରେମୀ ଚୌଧୁରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମର କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here