ବ୍ରହ୍ମପୁର, ୨୩/୦୮/୨୦୨୧:ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବ୍ରହ୍ମପୁର ସବୁଜ ବାହିନୀ” ଓ ବ୍ରହ୍ମପୁର ରକ୍ତ ଭଣ୍ଡାର ଆନୁକୂଲ୍ୟରେ ୨୦ ତମ” ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ତଥା ଜିଲ୍ଲାରେ ଡେଙ୍ଗୁ ରୋଗୀ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ରୋଗୀଙ୍କ ପାଇଁ ରକ୍ତ ଭଣ୍ଡାରରେ ପେଟ୍ ଲେଟ୍ ର ଘୋର ଅଭାବ ପରିଲକ୍ଷିତ ହୋଇଛି ସେହି ଅଭାବକୁ ଦୂରକରିବା ଲକ୍ଷ୍ୟରେ ସବୁଜ ବାହିନୀର ସଦସ୍ୟ ମାନେ ଆଗେଇ ଆସି ୮୦ କିଲୋ ଗ୍ରାମ ଓଜନରୁ ଅଧିକ ଥିବା ରକ୍ତ ଦାତାଙ୍କ ସାହାର୍ଯ୍ୟରେ ୪୫୦ ମିଲି ଗ୍ରାମ ରକ୍ତ ସଂଗ୍ରହ କରାଯାଇଛି । ଆଜି ସମୁଦାୟ ୧୨ ଗୋଟି ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ବର୍ଷ ତମାମ ସବୁଜ ବାହିନୀ ତରଫରୁ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ କାର୍ଯ୍ୟକ୍ରମ ଚାଲୁଛି , ପ୍ରଥମ ଥର ପାଇଁ ପେଟ୍ ଲେଟ୍ ସଂଗ୍ରହ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଅବିନାଶ କୁମାର ରଥ, ଆଶ୍ରିବାଦ ରାଉତ, ଜଗନ୍ନାଥ ସାହୁ,ରାମହରି ପ୍ରହରାଜ, ଡ଼ି. ଶିବା,ନାରାୟଣ ଦାସ ପ୍ରମୁଖ ରକ୍ତ ଦାନ କରିଥିଲେ ।ରକ୍ତ ସଂଗ୍ରହରେ ରେ ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ଓ
ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ , ଉପ ସଭାପତି ଦିପକ କୁମାର ପାତ୍ର, ବାଲାଜୀ ବେହେରା, ଆଶ୍ରିତ ଶରାଫ୍ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।