ଘର କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

0
249

ବ୍ରହ୍ମପୁର, ୨୭/୦୮/୨୦୨୧: (ଟୁକୁନା ପ୍ରଧାନ)-: ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୁମ୍ଭାରଗାଁ ପଂଚାୟତର ବେଗୁନିଆଡିହ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ମୁନା ନାୟକ(୨୫) । ତାଙ୍କ ଘର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଦଳୀ ବସନ୍ତଗ୍ରାମରେ । ମୁନା ବେଗୁନିଆପଡା ବ୍ଲକ ବୁରୁଝରି ଗ୍ରାମରେ ରହୁଥିଲା । ଆଜି ସକାଳେ କୁମ୍ଭାରଗାଁ ପଂଚାୟତର ବେଗୁନିଆଡିହ ଗ୍ରାମକୁ ଘର କାମ କରିବାକୁ ଯାଇଥିଲା । ସେଠାରେ ମୁନା କାମ କରୁଥିବା ସମୟରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଆଉ ଚିକିତ୍ସା ଲାଗି ତାକୁ ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here