ପୋଖରୀରେ ବୁଡି ବୃଦ୍ଧ ମୃତ

0
192

ବ୍ରହ୍ମପୁର,୨୭/୦୮/୨୦୨୧ (ଟୁକୁନା ପ୍ରଧାନ)ଗଞ୍ଜାମ ଜିଲ୍ଲା କୋଦଳାରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୋଦଳା ଥାନା ଅନ୍ତର୍ଗତ ଖଲାଡ଼ି ସାହିର ଦଣ୍ଡାସି ସ୍ୱାଇଁ । ସେ ବିଳମ୍ବିତ ରାତିରେ ଦିବାନବନ୍ଧ ପୋଖରୀକୁ ଶୌଚ ହେବାପାଇଁ ଯାଇଥିବା ସମୟରେ ଗୋଡ ଖସିଯାଇଥିଲା । ଫଳରେ ସେ ଗଭୀର ପାଣି ଭିତରେ ଫସି ଯାଇଥିଲେ । ପରେ ଭାଷୁ ଥିବାର ଦେଖି ଦୋଳା ସାହାଯ୍ୟରେ ଗ୍ରାମର ସୁଦାମ ମହାନ୍ତି, ପିଣ୍ଟୁ ସ୍ୱାଇଁ, ମିଟୁ ସ୍ୱାଇଁ, ପ୍ରଦୀପ ପୋଲାଈ, ଟୁଲୁ ପ୍ରଧାନ ପ୍ରମୁଖ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ଲାଗି ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here