ସାନଖେମୁଣ୍ଡିରେ ଦାଦନ ଦୁଃଖ । ହାଇଦରାବାଦ କମ୍ପାନୀରେ ଜୀବନ ହାରିଲା ଛଣମେରୀର ନାବାଳକ ଶିଶୁ ଶ୍ରମିକ ।

0
841

ବ୍ରହ୍ମପୁର , ୨୭/୦୮/୨୦୨୧: ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ମନରେଗା ହଡ଼ପ ଯୋଜନାରେ ଦଲାଲ ଓ ଅଧିକାରୀଙ୍କ ମଧୁଚନ୍ଦ୍ର୍ତିକାରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହେଉଥିବା ବେଳେ କରୋନା ତାଡ଼ନାରେ ଗ୍ରାମ୍ୟ ଜୀବନ ଜୀବିକା ପ୍ରଭାବିତ ଥିବା ଦେଖିବାକୁ ମିଳିଛି । ଅଞ୍ଚଳର ମନରେଗା କାମର ମେସିନ ଓ ପ୍ରଶାସନର ମିଳିତ ଯୁଦ୍ଧରେ କାମଧନ୍ଦା ନ ପାଇ ନିରୀହ ଜନସାଧାରଣ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ଲାଭଖୋର ଦଲାଲ ମାଧ୍ୟମରେ ନିରୀହ ନାବାଳକଙ୍କୁ ମଧ୍ୟ ଅଞ୍ଚଳରୁ ଚାଲାଣ କରାଯାଉଥିବା ଜଣାଯାଇଛି । ସର୍ବନିମ୍ନ ଆବଶ୍ୟକତା ସହ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ଯୋଗାଇ ସେମାନଙ୍କୁ ଦାଦନ ଖଟେଇ କମ୍ପାନୀ ଦଲାଲ ମାଲାମାଲ୍ ହେଇଥିବା ବେଳେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଅଭାବରୁ ବହୁ ଦାଦନଙ୍କ ଜୀବନ ଯାଉଥିଲେ ମଧ୍ୟ ଘଟଣା ଲୋକ ଲୋଚନକୁ ଆସୁନାହିଁ ।ପରନ୍ତୁ ସାନଖେମୁଣ୍ଡି ତହସିଲ ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗ୍ରାମର ତବତିଆ ପ୍ରଧାନଙ୍କ ନାବାଳକ ପୁଅ ଶିବରାମ ପ୍ରଧାନଙ୍କୁ ଗ୍ରାମର ଜନୈକ ଦାଦନ ଦଲାଲ ହାଇଦରାବାଦ କମ୍ପାନୀରେ କାମ କରାଇବାକୁ ନେଇଥିବା ବେଳେ ସଂପୃକ୍ତ ନାବାଳକ ଶ୍ରମିକର ମୃତ୍ୟୁକୁ ନେଇ ଛଣମେରୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତ ଶବ ପହଞ୍ଚି ନଥିଲେ ମଧ୍ୟ ମୃତକଙ୍କ ପରିବାର ପକ୍ଷରୁ ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବିଡ଼ିଓ , ତହସିଲଦାରଙ୍କୁ ଏଥିନେଇ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ତତ୍ପରତା ଦେଖାଯାଇଛି ।

ସୂଚନା ପ୍ରକାରେ ପ୍ରାୟ ଦୁଇବର୍ଷ ପୂର୍ବରୁ ସ୍ଥାନୀୟ ଦଲାଲଙ୍କ ସହ ସୁଦୂର ହାଇଦରାବାଦତେ ଦାଦନ ଖଟୁଥିବା ଶିବରାମ ଦୁଇମାସ ହେବ ଅସୁସ୍ଥ ଥାଇ ଗ୍ରାମକୁ ଫେରିବାକୁ ଚାହୁଁଥିବା ବେଳେ ସଂପୃକ୍ତ ଦଲାଲ ନାବାଳକକୁ ନ ଫେରିବାକୁ ବାଧ୍ୟ କରିବା , ଉପଯୁକ୍ତ ଚିକିତ୍ସା ଅଭାବରୁ ତା ‘ ର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଅଛି । ଏଥି ନେଇ ସଂପୃକ୍ତ ଦଲାଲଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ଦଜାଲ ଜଣକ ଖୋଦ୍ ମହିଳା ସରପଞ୍ଚଙ୍କ ସ୍ବାମୀ ହୋଇଥିବା ସହ ବିନା ପ୍ରଶାସନ ଅବଗତିରେ ଘଟଣାକୁ ଦଫା ରଫା କରିବା ନେଇ ମୃତକ ପରିବାରକୁ ଚାପରେ ରଖିଥିବା ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରି ମୃତକ ପରିବାରକୁ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଅଛି ।

LEAVE A REPLY

Please enter your comment!
Please enter your name here