ଶେରଗଡ଼ ପଞ୍ଚାୟତ ସମିତିର ୫ ସ୍ମାର୍ଟ ସ୍କୁଲ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ

0
196

ଶେରଗଡ଼,୨୮/୦୮/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଆଜି ଚତୁର୍ଥ ପର୍ଯ୍ୟୟରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,୫ ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଉପସ୍ଥିତିରେ ଶେରଗଡ଼ ପଞ୍ଚାୟତ ସମିତିର ୫ ଗୋଟି ସ୍ମାର୍ଟ ସ୍କୁଲ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଶେରଗଡ଼ ବାଳିକା ଉଚ୍ଚବିଦ୍ୟାଳୟରେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଓ ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ , ପୋଲସରା ବି.ଡି. ଓ. ଶ୍ରୀ ସୁରଞ୍ଜନ ସାହୁ, ପି. ଡି. ଶ୍ରୀ ସୁଦାମ ଚରଣ ମଣ୍ଡଳ,ବନ୍ଧାଗୁଡା ଗ୍ରାମ ପଂଚାୟତର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ, କାନସା ଉଚ୍ଚ ବିଦ୍ୟାଳୟରେ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଓ ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠି, ବୁଗୁଡ଼ା ବି. ଡି. ଓ. ଶ୍ରୀ ତନ୍ମୟ ପାତ୍ର, ଏ. ଡି. ଏମ. ମିସ ଲୀନକୁମାରୀ, କୃଷ୍ଣଛାଇ ଗ୍ରାମ ପଂଚାୟତର ବି. ବ୍ରହ୍ମପୁର ଉଚ୍ଚବିଦ୍ୟାଳୟରେ ନାରଳା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ,କବିସୂର୍ଯ୍ୟନଗର ବି. ଡି. ଓ. ଶ୍ରୀ ବାସୁଦେବ ନାୟକ ,ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ କିର୍ତ୍ତୀ ଭାସନ,ନରେନ୍ଦ୍ରପୁର ଉଚ୍ଚବିଦ୍ୟାଳୟ ରେ ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ,ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ,ପୁରୁଷୋତ୍ତମପୁର ବି. ଡି. ଓ. ଶ୍ରୀ ବିଜୟ କୁମାର ବେହେରା, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ସେହିପରି ପିତଳ ବାଳକ ଉଚ୍ଚ ବିଦ୍ୟାଳୟରେ ତେଲକୋଇ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ବେଲଗୁଣ୍ଠା ବି. ଡି. ଓ. ଶ୍ରୀ ଶଶିଭୂଷଣ ମହାପାତ୍ର, ପିଡି,ଡି. ଆର. ଡି.ଏ. ଗଞ୍ଜାମ ଶ୍ରୀ ସିନ୍ଧେ ଦତ୍ତାତ୍ରୋୟ ଭାଉସାହେବ ,ଶେରଗଡ଼ ବି. ଡି. ଓ. ଶ୍ରୀ ଶମ୍ଭୁନାଥ ନନ୍ଦୀ, ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା, ଶେରଗଡ଼ ଥାନା ଅଧିକାରିଣୀ ମମତା ସାମନ୍ତରାୟ ସମେତ ସମସ୍ତ ଜନପ୍ରତିନିଧି ଲୋକାର୍ପିତ କାର୍ଯ୍ୟରେ ସାମିଲ ହୋଇଛନ୍ତି। ସମସ୍ତ ବିଧାୟକ, ବିଧାୟିକା ଓ ଛାତ୍ରଛାତ୍ରୀ ମାନେ ସ୍ମାର୍ଟ ସ୍କୁଲର ଭିତ୍ତିଭୂମି ଓ ବିକାଶକୁ ଅନୁସରଣ କରି ବିମୋହିତ ହେବା ସହ ନିଜ ନିଜର ଅନୁଭୂତି ପ୍ରକାଶ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି |

LEAVE A REPLY

Please enter your comment!
Please enter your name here