ଜନସମ୍ପର୍କ ଓ ସହଯୋଗର ଅନ୍ୟ ନାମ ଶ୍ରୀକାନ୍ତ ସାହୁ

0
178

ବୁଗୁଡା, ୩୧/୦୮/୨୦୨୧ : ୨୦୧୪ ନିର୍ବାଚନରେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ସାହୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବୁଗୁଡା ବ୍ଲକ ଜନସାଧାରଣଙ୍କ ମଧ୍ୟରେ ଶ୍ରୀକାନ୍ତ ସାହୁ ସମ୍ପୂର୍ଣ୍ଣ ଅପରିଚିତ ଥିଲେ। ତଥାପି ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନକୁ ଦେଖି ବହୁ ପରିମାଣର ଭୋଟ ଦେଇ ବିଜୟୀ କରିଥିଲେ। ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ପାଇ ବିଧାୟକ ହେବା ପରେ ଜଣା ପଡିଥିଲା, ଶ୍ରୀକାନ୍ତ ସାହୁଙ୍କ ଅନ୍ତର୍ନିହିତ ଗୁଣ। ଜନସମ୍ପର୍କ ଓ ସହଯୋଗ ପାଇଁ ସେ ଜଣେ ଦକ୍ଷ ବିଧାୟକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ ହୋଇ ପାରିଥିଲେ । ପୋଲସରା ନିର୍ବାଚନ ମଣ୍ଡଳୀର ଯେ କୌଣସି ବ୍ୟକ୍ତି ଯଦି ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି, ତେବେ ସେହି ପରିବାରଙ୍କୁ ସମବେଦନା ଜଣାଇବାକୁ ପହଞ୍ଚି ଯାଆନ୍ତି ଶ୍ରୀକାନ୍ତ ସାହୁ। ସ୍ଥଳ ବିଶେଷରେ ମଧ୍ୟ ଯୋଗାଇଥାନ୍ତି ଆର୍ଥିକ ସହାୟତା। ସେହିପରି ଯେକୌଣସି ବ୍ୟକ୍ତିଙ୍କ ଯଦି ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଯାଏ ତେବେ ଶ୍ରୀକାନ୍ତ ସାହୁ ନିଶ୍ଚିତ ଭାବେ ପହଞ୍ଚି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ଯୋଗାଇବା ସହ ସରକାରୀ ସାହାୟତ ଯୋଗାଣ ବ୍ୟବସ୍ଥା କରିଥାନ୍ତି। ଯିଏ ହେଉନା କାହିଁକି, ଯଦି କୌଣସି ଉତ୍ସବକୁ ନିମନ୍ତ୍ରଣ କରନ୍ତି, ତେବେ ସେ ନିଶ୍ଚିତ ଭାବେ ଯୋଗଦେଇଥାନ୍ତି। ପ୍ରତ୍ୟେକ ଗ୍ରାମକୁ ଯାଇ ଜନସାଧାରଣଙ୍କ ସମସ୍ୟା ବୁଝି ପ୍ରତିକାର ବ୍ୟବସ୍ଥା ପାଇଁ ଉଦ୍ୟମ କରିଥାନ୍ତି। ଶ୍ରୀକାନ୍ତ ସାହୁ ସମସ୍ତଙ୍କ ପ୍ରିୟଭାଜନ ହୋଇପାରି ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ପୁନର୍ବାର ଜୟଯୁକ୍ତ ହୋଇଥିଲେ। ଶ୍ରୀକାନ୍ତ ସାହୁଙ୍କ ପ୍ରତି ସନ୍ତୁଷ୍ଟ ହୋଇ ନବୀନ ବାବୁ ସର୍ବବୃହତ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ। ଦ୍ଵିତୀୟ ପାଳି ସମୟରେ ସାରା ବିଶ୍ୱ କୋଭିଡି ୧୯ ସଂକ୍ରମଣ ଲୋକଙ୍କୁ ଭୟବିତ କରିଥିଲା। କୋଭିଡ ଯୋଦ୍ଧା ଭାବେ ସେ ସମସ୍ତ କେନ୍ଦ୍ରକୁ ଯାଇ ପ୍ରବାସୀ ଓଡ଼ିଆଙ୍କ ଅସୁବିଧା ବୁଝି ସମାଧାନ କରିଥିଲେ। କରୋନା ସମୟରେ ସର୍ବଦା ଜନସମ୍ପର୍କରେ ରହିବା ଯୋଗୁଁ ନିଜେ କରୋନା ରେ ସଂକ୍ରମିତ ହୋଇଥିଲେ। ଭଗବାନଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ଶ୍ରଦ୍ଧା ଯୋଗୁଁ ତୁରନ୍ତ ଆରୋଗ୍ୟ ଲାଭ କରି ଫେରିଥିଲେ। ଶ୍ରୀ ସାହୁ ସରକାରୀ କାର୍ଯ୍ୟ ସମୟ ବ୍ୟତୀତ ଅନ୍ୟ ସମୟରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇ, ତାହାର ସୁଯୋଗ ନେବାକୁ ପରାମର୍ଶ ଦେଇଥାନ୍ତି। କର୍ମ ହିଁ ଧର୍ମ ନୀତି ଗ୍ରହଣ କରି ସର୍ବଦା ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖି ଜଣେ ଆଦର୍ଶ ବିଧାୟକର ପରିଚୟ ସୃଷ୍ଟି କରିପାରିଛନ୍ତି।

LEAVE A REPLY

Please enter your comment!
Please enter your name here