ଶେରଗଡ଼,୦୧/୦୯/୨୦୨୧: କରୋନା ମହାମାରୀ ପାଇଁ ସଂପୂର୍ଣ୍ଣ ମାନବସମାଜ ବେଶ୍ କ୍ଷତିଗ୍ରସ୍ତ ହୋଇପଡିଛନ୍ତି।ଏପରିକି ବହୁଦିନ ଧରି ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିବା ପରେ ବିଗତ କିଛିଦିନ ହେଲା ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ଏହିପରିପ୍ରେକ୍ଷୀରେ ୟୁଥ ଫର ସେବା ଓଡ଼ିଶା ତରଫରୁ ଗଞ୍ଜାମ ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଅଧ୍ଯୟନରତ ନବମ ଓ ଦଶମ ଶ୍ରେଣୀ ବିଦ୍ଯାର୍ଥୀଙ୍କ ସୁରକ୍ଷାକୁ ନଜରରେ ମାସ୍କ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଚାଲିଛି।ଯାହା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ଯାଳୟ ଠାରେ ୟୁଥ ଫର ସେବା ତରଫରୁ ମାସ୍କ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆ ବିଦ୍ଯାର୍ଥୀଙ୍କୁ କୋଭିଡ୍ ନିୟମ ପାଳନ କରି ଶିକ୍ଷା ଅଧ୍ଯୟନରେ ନିଜର ପାରଦର୍ଶିତା ବଜାୟ ରଖିବା ପାଇଁ ମାର୍ଗଦର୍ଶନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପବିତ୍ର ଖଣ୍ଡୁଆଳ,ତ୍ରିନାଥ ଲେଙ୍କା,ନବଘନ ବିଶ୍ବାଳ ଆଦି ସ୍ବେଚ୍ଛାସେବୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ତେବେ ସଂଗଠନର ଏଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ସାଧାରଣରେ ଉଚ୍ଚ ପ୍ରଶଂସା ସହ କାର୍ଯ୍ୟଧାରା ଚାଲୁରଖିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି