ଅବହେଳିତ ଅବସ୍ଥାରେ ରଙ୍ଗିପୁର ପଞ୍ଚାୟତର ଗଣେଶନଗର ବାସିନ୍ଦା

0
239

ବ୍ରହ୍ମପୁର,୦୪/୦୯/୨୦୨୧:କନିସି ତହସିଲ୍ ଅନ୍ତର୍ଗତ ରଙ୍ଗିପୁର ପଞ୍ଚାୟତର ଗଣେଶନଗର ବାସିନ୍ଦା ଅବହେଳିତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି।୨୦୧୫ ମସିହାରୁ ଏହି
ବସ୍ତି ଆକାରରେ ଗଢି ଉଠିଥିଲା। ବାତ୍ୟା ପବନ ଆସିବା ବେଳେ ଚାଳକୁଡ଼ିଆ ଗୁଡ଼ିକ ଉଡ଼ାଇ ନେଇଯାଉଥିବା ଯୋଗୁଁ ଋଣ ଆଣି ଟିଣ ଘର କରି ରହି ଆସୁଛନ୍ତି। ୨୦୧୭ମସିହାରେ ତତ୍କାଳୀନ ସରପଞ୍ଚଙ୍କ କାର୍ଯ୍ୟକାଳ ସମୟରେ ୪ଜଣଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲକରି ୧ଲକ୍ଷ ୭୮ହଜାର ବ୍ୟୟ ରେ ଗୃହନିର୍ମାଣ କରାଯାଇଛି ।ଏଠାରେ ବର୍ତମାନ ସ୍ଥିତିରେ ୨୦ଟି ପରିବାର ର ୮୦ଜଣ ସଦସ୍ୟ ରହୁଛନ୍ତି। ସାହିକୁ ରାସ୍ତା ନାହିଁ, ମାତ୍ର ୨ଶହ ମିଟର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାଟି ହୋଇଥିବା ବେଳେ ତାହା ଧୋଇ ହୋଇ ଯାଇଛି। ସାହି ଭିତର ରାସ୍ତା କହିଲେ ନସରେ। ସମସ୍ତ ପରିବାର ରାଜ୍ୟ ସରକାର ଙ୍କ ଶ୍ରମବିଭାଗ ତରଫରୁ ଶ୍ରମିକ କାର୍ଡ ହାତେଇ ଥିବା ବେଳେ ଘର ଗୁଡ଼ିକର ଏଯାବତ୍ ପଟ୍ଟା ମିଳିନାହିଁ। ୨୦୧୯ଠାରୁ ଆବେଦନ କରିଥଲେ ମଧ୍ଯ ରାଜସ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଠାରୁ ବିଡ଼ିଓ, ତହସିଲଦାର ଅଫିସ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଇଛନ୍ତି। ପଟ୍ଟା ନଥିବା ଯୋଗୁଁ ପିଲା ମାନଙ୍କର କୌଣସି ପ୍ରମାଣ ପତ୍ର ମିଳୁନାହିଁ। ଅଧା ପାଠୁଆ ହୋଇ ଯାଇଛନ୍ତି। ନମିତା ମହାଙ୍କୁଡ ୨୦୧୮ମସିହାରୁ ଆବାସ ଯୋଜନାରେ ପଞ୍ଜିକରଣ ହୋଇଥିବା ବେଳେ ଏଯାବତ୍ ମିଳିନାହିଁ। ଏନେଇ କନିଶି ତହସିଲଦାର ତାପସ କୁମାର ରାଉତ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯୋଗ୍ୟ ହିତାଧିକାରୀ ପୁଣି ଆବେଦନ କଲେ ଆମ୍ଭେ
ପଟ୍ଟା ପ୍ରଦାନ ନିମନ୍ତେ ପ୍ରୟାସ କରିବି। ସେମାନେ ୧ମାସ ମଧ୍ୟରେ ପଟ୍ଟା ପାଇପାରିବେ। ତତ୍କାଳୀନ ତହସିଲଦାର କୋଉ ଆଧାରରେ ଦେଇନାହାନ୍ତି ତଦନ୍ତ କଲେ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here