ସାହାରା ଇଣ୍ଡିଆ ବ୍ରାଞ୍ଚ ମିଶ୍ରଣ କୁ ନେଇ ବିରୋଧ

0
173

ବ୍ରହ୍ମପୁର, ୦୯/୦୯/୨୦୨୧: ( ଟୁକୁନା ପ୍ରଧାନ)-: ସାହାରା ଇଣ୍ଡିଆ ଲୋକଙ୍କ ମେଚ୍ୟୁରିଟି ଟଙ୍କା ନଦେଇ ବ୍ରାଞ୍ଚ କୁ ମିଶ୍ରଣ କରୁଥିବା ଖବର ପାଇବା ପରେ ଏହାର ପ୍ରତିବାଦ ରେ ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାହାରା ଇଣ୍ଡିଆ ଶାଖାର ଜମାକାରୀ ଓ ଏଜେଣ୍ଟ ମାନେ ବନଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରିବା ସହିତ ବ୍ରାଞ୍ଚ ଅଫିସ ରେ ତାଲା ପକାଇଲେ l କବିସୂର୍ଯ୍ୟନଗର ସହରରେ ରହିଥିବା ସାହାରା ଇଣ୍ଡିଆ ବ୍ରାଞ୍ଚ କୁ ଦେଖି ଲୋକମାନେ ନିଜ ଟଙ୍କା ଜମା କରିଥିଲେ ଏବଂ ଆଶା ରଖିଥିଲେ ଦିନେ ନା ଦିନେ ତାଙ୍କ ଟଙ୍କା ଫେରି ପାଇବେ l କିନ୍ତୁ ବିଗତ ଏକ ମାସ ହେବ ଏହି ବ୍ରାଞ୍ଚ ଖୋଲୁ ନଥିବା ବେଳେ ଚକ୍ରାନ୍ତ କରାଯାଇ ଏହି ବ୍ରାଞ୍ଚ କୁ ପୁରୁଷୋତ୍ତମପୁର ବ୍ରାଞ୍ଚ ରେ ମିଶ୍ରଣ କରାଯାଇଥିବା ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଜମାକାରୀ ଓ ଏଜେଣ୍ଟ ମାନେ ଉଚ୍ଚପଦସ୍ଥ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଙ୍କୁ ଜଣାଇଥିଲେ l କୌଣସି ସୁଫଳ ନମିଳିବାରୁ ଆଜି କବିସୂର୍ଯ୍ୟନଗର ସାହାରା ଇଣ୍ଡିଆ ବ୍ରାଞ୍ଚ ର ଜମାକାରୀ ଓ ଏଜେଣ୍ଟ ମାନେ ବ୍ରାଞ୍ଚରେ ତାଲା ପକାଇ ନାରାବାଜି କରିବା ସହିତ ଜମା କାରୀଙ୍କ ଟଙ୍କା ଫେରସ୍ତ କରିବା ପରେ ବ୍ରାଞ୍ଚ ମିଶ୍ରଣ କରିବାକୁ ଦାବିକରିଛନ୍ତି l

LEAVE A REPLY

Please enter your comment!
Please enter your name here