ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ଉଦ୍ଧାର

0
220

ବ୍ରହ୍ମପୁର,୧୨/୦୯/୨୦୨୧: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତ୍ର ସମୟରେ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନେ ସାପଟିକୁ ବଗିଚା ନିକଟରେ ବୁଲୁଥିବାର ଦେଖିଥିଲେ । ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ସେଠାରେ ପହଞ୍ଚି ସାପଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ପାଖାପାଖି ୮ ଫୁଟ ରହିଥିଲା । ବିରାଟକାୟ ସାପଟିକୁ ଉଦ୍ଧାର କରିବାରେ ଦେବେନ୍ଦ୍ର ବାଡତ୍ୟା ଓ ସାହିଲ୍ ମାଟିଆ ସହଯୋଗ କରିଥିଲେ । ଉଦ୍ଧାର କରାଯାଇଥିବା ସାପଟିକୁ ବନ ବିଭାଗର ପରାମର୍ଶକ୍ରମେ ସମରକ୍ଷିତ ଜଙ୍ଗଳରେ ଛଡାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here