ଗୌତମୀରେ ସି ପି ଆଇ ର ପରିବର୍ଦ୍ଧିତ ପରିଷଦ ବୈଠକ ଅନୁଷ୍ଠିତ ।

0
318

ବ୍ରହ୍ମପୁର ,୧୨/୦୯/୨୦୨୧: ଗଞ୍ଜାମ ଜିଲ୍ଲା ସି ପି ଆଇ ର ସାନଖେମୁଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ ଗୌତମୀ ଠାରେ ଏକ ପରିବର୍ଦ୍ଧିତ ପରିଷଦ ବୈଠକ ଅନୁଷ୍ଠିତ ହୋଇଅଛି । ଶାଖା ଓ ଜୋନାଲ ସମ୍ମିଳନୀ ,ପଞ୍ଚାୟତ ନିର୍ବାଚନ ଓ ଅନ୍ୟାନ୍ୟ ବିଷୟ ଆଲୋଚନାକୁ ନେଇ ଶତାଧିକ ତୃଣମୂଳ ସଂଗଠକ ଏବଂ ଆଞ୍ଚଳିକ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ସାଥୀ ପ୍ରକାଶ ପାତ୍ର ଏବଂ ସିପିଆଇର ରାଷ୍ଟ୍ରୀୟ ସହ ସମ୍ପାଦକ ତଥା ଗତ ଲୋକସଭା ପ୍ରାର୍ଥୀ ସାଥି ରାମକୃଷ୍ଣ ପଣ୍ଡା ଯୋଗଦେଇ ଉପସ୍ଥିତ ଅଭେଦ୍ୟ ବାମପନ୍ଥୀ ଦୁର୍ଗର କର୍ମୀ ଓ କର୍ମକର୍ତ୍ତାଙ୍କୁ ଉଦବୋଧିତ କରିଥିଲେ । ସାଂପ୍ରତିକ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପୁଞ୍ଜିପତି ପ୍ରୀତିରେ ଅତିଷ୍ଠ ହୋଇପଡ଼ିଥିବା ମିମ୍ନବର୍ଗର ଖଟିଖିଆ , ମଜୁରିଆ ଓ ଶୋଷିତ ବର୍ଗର ସ୍ୱାର୍ଥକୁ ନେଇ ସିପିଆଇର ସଂଗ୍ରାମକୁ ନେଇ ଅବତାରଣା କରିଥିଲେ । ସାମ୍ପ୍ରଦାୟିକ ଦଙ୍ଗା ,ଅର୍ଥନୈତିକ ଭିତ୍ତିଭୂମିର କୁ ପରିଚାଳନା ତଥା କାରୋନା ଦୁର୍ବିପାକରୁ ମହେନତି ମେହନତି ଲଢେ଼ଇର ଫଳ ମୁନାଫାଖୋର ପୁଞ୍ଜିପତିଙ୍କ ଲାଭାଂଶ ବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ।ଏହା ସହିତ କେନ୍ଦ୍ର ସରକାରଙ୍କ ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଶାଗମାଛ ଦରରେ ସରକାରୀ ଲାଭଜନକ ସଂସ୍ଥା ରେଳ , ପ୍ଲାଟଫର୍ମ ,ତୈଳ କମ୍ପାନୀ , ବି ଏସ ଏମ ଏଲ , ଏଲ ଆଇ ସି ଆଦିକୁ ଘରୋଇ କମ୍ପାନୀକୁ ବିକ୍ରି କରିବା ମସୁଧାକୁ ଦୃଢ଼ ସମାଲୋଚନା କରିଥିଲେ। ପରନ୍ତୁ ସୁପ୍ତ ବାମପନ୍ଥୀ ଚିନ୍ତା ଧାରାକୁ ଉଦ୍ରେକ କରାଇ ତୃଣମୂଳ ସ୍ତରରୁ ସଂଗଠନକୁ ପୁଣି ସୁଦୃଢ କରାଇ ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତାବସ୍ଥା ଜାହିର କରାଇବାକୁ ସାଥି ଓ ଆନୁଗତଙ୍କୁ ଆହ୍ଵାନ କରିଥିଲେ । ଅନ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସାଥି ପ୍ରକାଶ ପାତ୍ର ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସନ୍ତୁଷ୍ଠିକରଣ ଯୋଜନାର ରାଜନୀତିକୁ ଆଲୋଚନା କରି ବେରୋଜଗାରୀ , ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବଂ ପେଟ୍ରୋଲଜାତ ସାମଗ୍ରୀ ସହିତ ବିଦ୍ୟୁତ୍ ଓ ଜାଳେଣି ଗ୍ୟାସର ଆକାଶଛୁଆଁ ଦରକୁ ନେଇ ସିପିଆଇର ଭୂମିକାକୁ ସୂଚିତ କରିଥିଲେ । ଏହି ପରିସ୍ଥିତିରେ ବାମପନ୍ଥୀ ଚିନ୍ତାଧାରା ପୂର୍ଣ୍ଣ ଲଢେଇ ମନୋଭାବ ଜାଗ୍ରତ କରାଇ କର୍ମୀଙ୍କୁ ସଜାଗ ରହି ସଂଗଠନକୁ ସୁଦୃଢ କରିବାକୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋନ ସମ୍ପାଦକ କୈଳାସ ପାତ୍ର , ଅନନ୍ତ ମହାକୁଡ଼ , ସୁଶାନ୍ତ କୁମାର ସ୍ବାଇଁ , ଭଗବାନ ରାଉତ ,ରାଜ୍ୟ ଏ ଆଇ ୱାଈ ଏଫ୍ ର ପ୍ରଦୀପ ସେଠୀ , ଜିଲ୍ଲା ଛାତ୍ରସଂଘା ସମ୍ପାଦକ କାମଦେବ ନାୟକ ପ୍ରମୁଖ ମଞ୍ଚାସୀନ ରହି ସାଂପ୍ରତିକ ସ୍ଥିତିରେ ସିପିଆଇର ଭୂମିକାକୁ ନେଇ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here