ସାନଖେମୁଣ୍ଡି ଏ ଆଇ ଟି ୟୁ ସି ଅନୁବନ୍ଧିତ ଅଙ୍ଗନୱାଡ଼ି କର୍ମୀ ସଂଘ ବୈଠକ ।

0
257

ବ୍ରହ୍ମପୁର, ୧୨/୦୯/୨୦୨୧: ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନୀୟନ କଂଗ୍ରେସ (AITUC ) ଅନୁବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ( NOAKS ) ସାନଖେମୁଣ୍ଡି ପ୍ରକଳ୍ପ କମିଟିର ଏକ ସାଧାରଣ ବୈଠକ ଆଜି ରବିବାର ଦିନ ଗୌତମୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଓ ଜିଲ୍ଲା ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଓ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସଭାନେତ୍ରୀ ଶ୍ରୀମତୀ ମିତା କୁମାରୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବିଶିଷ୍ଟ ଜାତୀୟ ଶ୍ରମିକ ନେତା ତଥା ଏ ଆଇ ଟି ୟୁ ସି ଜାତୀୟ ସହ ସମ୍ପାଦକ କମ୍ରେଡ ରାମକୃଷ୍ଣ ପଣ୍ଡା ଯୋଗଦେଇ କର୍ମୀଙ୍କ ଭାବାବେଗକୁ ନେଇ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଅନୁଦାନରେ ଚାଲିଥିବା ଏହି ଘୋଟାଲା ପୂର୍ଣ୍ଣ ଯୋଜନାର ନିମ୍ନରେ ଥିବା ଅଙ୍ଗନୱାଡ଼ି କର୍ମୀଙ୍କ ସେବା ମନୋବୃତିକୁ ପାଥେୟ କରି ବିଭାଗ ଅଧିକାରୀ ଲୁଟୁଥିବା ବେଳେ କର୍ମୀଙ୍କ ସ୍ୱାର୍ଥ , ନିରାପତ୍ତା ଏବଂ ସେମାନଙ୍କ ସାମ୍ବିଧାନିକ ହକକୁ ଅଣଦେଖା କରାଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ପାରିତୋଷିକ ବଦଳରେ ସର୍ବନିମ୍ନ ମଜୁରୀ ପ୍ରଦାନ କରିବାକୁ ଆବଶ୍ୟକ ଉପାଦାନ ସଂଗ୍ରହ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାର ଦାବୀକୁ ସରକାର ଅଣଦେଖା କରୁଥିବା ନେଇ ଅଭିଯୋଗ କରିଥିଲେ । କର୍ମୀଙ୍କ ନାର୍ଯ୍ୟଦାବି ହାସଲ ନେଇ ସଂଗଠନ ସଦାପ୍ରସ୍ତୁତ ରହିଥିବା ନେଇ କର୍ମୀଙ୍କୁ ଆହ୍ଵାନ କରିଥିଲେ । ସମ୍ପାଦିକା ଶ୍ରୀମତୀ ସୁଷମା ପ୍ରଧାନ , ସଦସ୍ୟା ବେଦମତୀ ରଥ , ବନିତା କୁମାରୀ ରଥ ପ୍ରମୁଖ ଏହି ବୈଠକରେ ନିୟମିତ ବୈଠକ , ରାଜ୍ୟ ଓ ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦାନ , ସଭ୍ୟ ଚାନ୍ଦା ପାଣ୍ଠି ସଂଗ୍ରହ ଏବଂ ସଂଗଠନର ସଭ୍ୟାସଂଖ୍ୟା ବୃଦ୍ଧିକୁ ନେଇ ଆଲୋଚନା କରିଥିଲେ । ବୈଠକରେ ଗୌତମୀ , ପାଟପୁର , ଜୀଉରା ଆଦି ସେକ୍ଟରର ପ୍ରାୟ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here