ଶ୍ମଶାନ ଘାଟ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ପତ୍ର ପ୍ରଦାନ

0
192

ବ୍ରହ୍ମପୁର,୧୩/୦୯/୨୦୨୧: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କୋଳଥି ଗାଁ ପଞ୍ଚାୟତ ଅଧୀନସ୍ଥ ତେର ଦାସପୂରୁ ଗ୍ରାମର ଅଧାପନ୍ତରିଆ ଭାବେ ଅବହେଳିତ କାରଣରୁ ଜରାଜୀର୍ଣ୍ଣ ଅବସ୍ଥାରେ ନଷ୍ଟ ହେଉଥିବା ଶ୍ମଶାନ ଘାଟ କୁ ସମ୍ପୁର୍ଣ୍ଣ କରିବା ସହ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ଏକ ଲିଖିତ ଦାବୀପତ୍ର ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଶୁଭ ଦୃଷ୍ଟି ନିମନ୍ତେ ପ୍ରଦାନ କରାଯାଇଅଛି। ବର୍ଷା ଦିନ ଆସିଲେ ମୃତ ଶରୀର ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଚି ଗନ୍ଧମୟ ସୃଷ୍ଟି ହେବା ସହ ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ଶରୀର କୁ ଉଚିତ୍ ସମ୍ମାନ ମିଳିପାରୁନଥିବା ଏବଂ ଗ୍ରାମବାସୀ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ଗ୍ରାମବାସୀଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ସଭାପତି ରମେଶ ବେହେରା , ସଂପାଦକ ରମେଶ ବେହେରା ,କାଳିଆ ବେହେରା, ନରେନ୍ଦ୍ର ବେହେରା , ମିଟୁ ବେହେରା, ସୁରେଶ ବେହେରା ପ୍ରମୁଖ ଉପସ୍ଥିତ ରହି ରଙ୍ଗେଇଲୁଣ୍ଡା ବ୍ଲକ୍ ବି.ଡି. ଓ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଦାବୀପତ୍ର ଗ୍ରହଣ କରି ଯଥାଶୀଘ୍ର ସମସ୍ୟା ର ସମାଧାନ ପୂର୍ବକ ଆସନ୍ତା କାଲି ନିଜେ ବି.ଡି.ଓ ଶ୍ମଶାନ ଘାଟ ଅଞ୍ଚଳ ପରିଦର୍ଶନ କରିବେ ବୋଲି ପ୍ରତିଶୃତି ଦେଇଥିବାର ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here