ଆସିକା ସାଂସଦ ଓ ନନ୍ଦିନୀ ଦେବୀଙ୍କ ସାନଖେମୁଣ୍ଡି ଗସ୍ତ । ଉନ୍ନୟନ କାର୍ଯ୍ୟର ଶୁଭ ଉଦଘାଟନ

0
180

ବ୍ରହ୍ମପୁର ,୧୩/୦୯/ ୨୦୨୧: ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଏବଂ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ତଥା ରାଜ୍ୟ ମହିଳା ବିଜେଡି ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ ରବିବାର ଦିନ ସାନଖେମୁଣ୍ଡି ଗସ୍ତରେ ଆସି ଖଲିଙ୍ଗୀ ଗ୍ରାମପଞ୍ଚାୟତର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ସହିତ ବିଭିନ୍ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ଏହା ସହିତ ପୋଡ଼ାମାରୀ ଗ୍ରାମରେ ବିଷ ପାନକରି ମୃତ୍ୟୁ ବରଣ କରିଥିବା ଜାନିସାହିର ମୃତ ଦମ୍ପତିଙ୍କ ଶୋକାଭିଭୂତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।ବର୍ଷାମୁଖର ଅପରାହ୍ନରେ ଉଭୟ ଖ ଖଲିଙ୍ଗି ପଞ୍ଚାୟତର ଖଲିଙ୍ଗିର ଆଦର୍ଶ ବନ୍ଧକୁ ଉଦଘାଟନ କରି ଲୋକାର୍ପିତ କରିବା ସହିତ ନବ ନିର୍ମିତ ମିଶନ ଶକ୍ତି କୋଠାକୁ ଉଦଘାଟନ କରିଛନ୍ତି । ଏତଦ୍ ବ୍ୟତୀତ ଗୁଣସାଗର ଗ୍ରାମ ରେ ନୂତନ ଭାବେ ନିର୍ମାଣ ହୋଇଥିବା ମହିଳା ମିଶନ ଶକ୍ତି ଗୃହ ସମେତ ଅଙ୍ଗନୱାଡ଼ି ଗୃହର ଶୁଭ ଉଦଘାଟନ କରିଛନ୍ତି ।ଖଲିଙ୍ଗି ସରପଞ୍ଚ ମଧୁସ୍ମିତା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଓ ନନ୍ଦିନୀ ଦେବୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ମହିଳା ମଣ୍ଡଳୀ ବିପୁଳ ମାତ୍ରାରେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ , ଗୋଲାପି ସେଠୀ , ଯୁବ ସଂଗଠକ ଅମିନ ପ୍ରଧାନ , ତୋଫାନ ସ୍ବାଇଁ , ନିତ୍ୟାନନ୍ଦ ପ୍ରଧାନ , ସଞ୍ଜୟ ରାଉତ , ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ , ଛାତ୍ର ବିଜେଡିର ସୁନିଲ ଗୌଡଙ୍କ ସହ ପ୍ରମୁଖ କର୍ମୀ ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here