ପାଟପୁର ପୋଲିସର ଜୁଆଆଡ୍ଡା ଓ ମଦ ଚଢାଉ l ପୃଥକ ମାମଲାରେ ପାଞ୍ଚ ଗିରଫ । ନଗଦ ଟଙ୍କା , ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ

0
243

ବ୍ରହ୍ମପୁର,୧୩/୦୯/୨୦୨୧: ବିଶେଷ ସୂତ୍ରରୁ ସୂଚନା କ୍ରମରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ଆଜି ଜୁଆ ଆଡ୍ଡା ଏବଂ ଅବୈଧ ମଦ ଦୋକାନକୁ ଅତର୍କିତ ଚଢାଉ କରାଯାଇଥିବା ସୂଚନା ମିଳିଅଛି । ଥାନାଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଆଜି ପାଇକ.ରାମଚନ୍ଦ୍ରପୁର ପଞ୍ଚାୟତର ଭାଲ୍ୟାଝୋଳା ଗ୍ରାମରେ ଅପରାହ୍ନରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ପୋଲିସ ନଗଦ ୧୧ ହଜାର ୭୦୦ ଟଙ୍କା , ତାସ ମୁଠା ସହ ୪ ଜୁଆଡିକୁ ଗିରଫ କରିଥିବା ବେଳେ ସାହାସପୁର ହାଟପଦା ଠାରେ ନିୟମିତ ଅବୈଧ ବିଦେଶୀ ମଦ ବିକ୍ରୀ ହେଉଥିବା ଏକ ଦୋକାନକୁ ଅତର୍କିତ ଚଢାଉ କରି ୩୬ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ସହ ଅଭିଯୁକ୍ତ ବାବୁଲା ସାହୁକୁ ପୋଲିସ ଗିରଫ କରିଛି । ପାଟପୁର ଥାନା କେସ ନଂ ୨୯୨/ ୨୧ ପ୍ରକାରେ ଜୁଆ ଆଡ୍ଡା ଚଢ଼ାଉରେ ଧରାପଡ଼ିଥିବା ଚାରିଜଣ ଜୁଆଡ଼ିକୁ କୋର୍ଟ ଚାଲାଣ କରିଥିବା ବେଳେ କେସ ନଂ ୨୯୩/୨୧ ପ୍ରକାରେ ଅଭିଯୁକ୍ତ ଅବୈଧ ମଦ ବେପାରୀ ବାବୁଲା ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ରହିଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here