ରମ୍ଭା : କୁଢ କୁଢ ମଇଳା,ପ୍ରଶାସନ ର ନିଘା ନାହିଁ

0
264

ରମ୍ଭା,୧୩/୦୯/୨୦୨୧: “ଗାଁ ନିର୍ମଳ ଧୋବା ତୁଠରୁ” ପରି
ରମ୍ଭା ବିଜ୍ଞାପିତ ପରିଷଦ ଅଚଂଳ ବସଷ୍ଟାଣ୍ଡ ସନ୍ନିକଟ ତଥା ପୋଲିସ ଷ୍ଟେସନ ପାର୍ଶ୍ବରେ କୁଢ କୁଢ ମଇଳା ଜମା ହୋଇରହିଛି।ଏଥି ପ୍ରତି
ରମ୍ଭା ବିଜ୍ଞାପିତ ପରିଷଦ ନିଘା ନାହିଁ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ବଚ୍ଛତା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ ରମ୍ଭା ବିଜ୍ଞାପିତ ପରିଷଦ ର ପ୍ରଶାସନ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଏମିତି ଅଳିଆ ଆବର୍ଜନା ଜମା ହୋଇରହିଛି।ଫଳରେ ଡେଙ୍ଗୁ ଭଳି ବିଭିନ୍ନ ମାରାତ୍ମକ ରୋଗ ବ୍ୟାପିବା କୈଣସି ଅସମ୍ଭବ ନାହିଁ।ଏଥି ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ ନକରିଲେ ଜନ ଅସନ୍ତୋଷ ବଢିବା ନେଇ ଆଶଙ୍କା ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here