ଶିଶୁଙ୍କ ପାଇଁ ଦିନଟିଏ ଅବସରରେ ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଜନିତ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

0
300

ବ୍ରହ୍ମପୁର , ୧୪/୦୯/୨୦୨୧ : ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଶିଶୁ ଓ କନ୍ୟା ସନ୍ତାନ ସୁରକ୍ଷାର ପାଇଲଟ ପ୍ରୋଜେକ୍ଟ ଭାବରେ ଓଡ଼ିଶାସ୍ତରରେ ଆଦୃତ ଲାଭ କରିଥିବା ” ମୋ ଗେଲା ଝିଅ ” ଓ ” ନିର୍ଭୟା କଢ଼ି ” କାର୍ଯ୍ୟକ୍ରମ ଅନ୍ତର୍ଗତରେ ଆଜି ” ଶିଶୁଙ୍କ ପାଇଁ ଦିନଟିଏ ” କାର୍ଯ୍ୟକ୍ରମ ସାନଖେମୁଣ୍ଡି ବ୍ଲକ ସ୍ତରରେ ଆୟୋଜିତ ହୋଇଅଛି । ସେକ୍ଟର ଭିତ୍ତିକରେ ଅଞ୍ଚଳ ପରିଦର୍ଶିକାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆଜି ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଟାସ୍କ ଫୋର୍ସ ସମିତିର ସମନ୍ୱୟ ସହ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଅଛି ।

ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ତଥା ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ, ଶ୍ରୀନିବାସ ବେହେରା , ଗୋଷ୍ଠୀ ଶିକ୍ଷାଧିକାରୀ , ଗୋଷ୍ଠୀ ସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ଜୟନ୍ତୀ ଦାସ , ପାଟପୁର ଥାନା ଅଧିକାରୀଙ୍କ ପ୍ରତିନିଧି ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଥିବା ପଞ୍ଚାୟତ ଜନ ପ୍ରତିନିଧି , ପ୍ରକଳ୍ପ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀ , ସମସ୍ତ ଅଞ୍ଚଳ ପରିଦର୍ଶୀକା ,ସ୍ବାସ୍ଥ୍ୟ କେନ୍ଦ୍ର କ୍ଷେତ୍ର କର୍ମଚାରୀଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ସରକାରଙ୍କ ଶିଶୁ ସୁରକ୍ଷା ନେଇ ରହିଥିବା ଉତ୍ତରଦାୟିତ୍ୱ ଭିତ୍ତିକ ଜନ ଆଦୃତ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁପ୍ରାଣିତ କରିଥିଲେ । ଏହା ସହିତ କାର୍ଯ୍ୟକ୍ରମର ସଫଳ ଆଦୃତି ପାଇଁ ସଚେତନତାର ଗୁରୁତ୍ଵ ରହୁଥିବାରୁ ବିଭାଗୀୟ ସମନ୍ଵୟତା ରଖି ମିଳିତ ଭାବେ ଦାୟିତ୍ଵ ନିର୍ବାହ କରିବାକୁ ଉତ୍ସାହିତ କରି ଆନୁଷଙ୍ଗିକ ଲକ୍ଷ ଓ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ । ବ୍ଲକ ସ୍ତରରେ ଘଟୁଥିବା ଶିଶୁ ତଥା ନାବାଳିକା ନିର୍ଯ୍ୟାତନା , ବାଲ୍ୟ ବିବାହ ବିପକ୍ଷ ଜନ ସଚେତନା ସହିତ କନ୍ୟା ସନ୍ତାନ ସୁରକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମୀ ସୃଷ୍ଟିକୁ ଗୁରୁତ୍ଵ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ଦ୍ଵାରା ନିଆଯାଉଥିବା ଗୋଷ୍ଠୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମ ନିର୍ଭରଶୀଳତାକୁ ନେଇ ତର୍ଜମା କରା ଯାଇଥିଲା । ମହିଳାଙ୍କ ସାମାଜିକ ତଥା ଆର୍ଥିକ ସୁରକ୍ଷା ପାଇଁ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଅବତାରଣା କରି ସେମାନଙ୍କୁ ଯୋଜନାର ଅଂଶୀଦାର କରାଇବାକୁ ସାମୁହିକ ଉଦ୍ୟମର ଆବଶ୍ୟକତାକୁ ନେଇ ଅବତାରଣା କରିଥିଲେ ।ଏହା ସହିତ ଉପସ୍ଥିତ ପଦାଧିକାରୀ ,କର୍ମୀ ଓ ଜନପ୍ରତିନିଧିଙ୍କ ଗହଣରେ ମହାନଳା କେନ୍ଦ୍ର -୧ ଅଞ୍ଚଳ ପରିସରର ଲିଜା ସେଠୀ ଓ ତାଂକ ନବ ଜନ୍ମିତ ଶିଶୁ କନ୍ୟା ସନ୍ତାନକୁ ” ମୋ ଗେଲା ଝିଅ ” ଅନ୍ତର୍ଗତରେ ପ୍ରୋତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମରେ ବ୍ଲକ ଜୀବିକା ମିଶନ ସଂଯୋଜକ ନରେନ୍ଦ୍ର ତ୍ରିପାଠୀ, ମିଶନ ଶକ୍ତି ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ମଲିକ , ସଂଚୟିକା ସଂଘ ସଂଯୋଜୀକା ଅନୀମା ପ୍ରଧାନ ,ମିଶନ ଶକ୍ତି ହିସାବ କର୍ତ୍ତା ପ୍ରମୋଦିନି ରାଉତ , ପରିଦର୍ଶିକା ମମତାଞ୍ଜଳି ପଣ୍ଡା , ପୁଷ୍ପଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here