ଖୋଳଖାଳିରେ ପାରମ୍ପାରିକ ଗିରିଗୋବର୍ଦ୍ଧନ ପୂଜା।

0
244

ବୁଗୁଡା, ୧୪/୦୯/୨୦୨୧ : .ଦ୍ଵାପର ଯୁଗରେ ଗୋପପୁରବାସୀ ଇନ୍ଦ୍ରଙ୍କୁ ପୂଜାନକରି ଗୋବର୍ଦ୍ଧନ ଗିରିକୁ ପୂଜା କରିଥିଲେ। ଇନ୍ଦ୍ର ଦେବତା ଗୋବର୍ଦ୍ଧନ ଗିରିକୁ ପୂଜା କରିବା ଯୋଗୁଁ ଭୀଷଣ ଭାବେ ରାଗୀ ସାତଦିନ କାଳ ପ୍ରବଳ ବର୍ଷା କରିଥିଲେ। ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ଗିରିକୁ ନିଜର କନିଷ୍ଠାଙ୍ଗୁଳିରେ ଧରି ଗୋପପୁର ବାସୀଙ୍କୁ ସୁରକ୍ଷା ଦେଇଥିଲେ। ଶେଷରେ ଦେବରାଜ ଇନ୍ଦ୍ର ନିଜର ଭୁଲ ବୁଝି ପାରି ତାହା ସ୍ୱୀକାର କରିଥିଲେ। ସେହିଦିନଠାରୁ ଏହି ପୌରାଣିକ ପାରମ୍ପାରିକ ଗିରିଗୋବର୍ଦ୍ଧନ ପୂଜା ପାଳନ ହୋଇ ଇନ୍ଦ୍ର ଓ ଗିରି ଉଭୟଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଏହି ପୌରାଣିକ ପାରମ୍ପାରିକ ପର୍ବ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ମଙ୍ଗଳବାର, ରାଧାଷ୍ଟମୀ ଦିନ ଗ୍ରାମର ବଡ଼ ପାହାଡ ଶିଖର ଦେଶରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଗ୍ରାମ୍ୟ କମିଟି ଦ୍ବାରା ପରିଚାଳନା କରାଯାଇଥିଲା। ପ୍ରଥମେ ଗ୍ରାମ ଦେବୀଙ୍କ ପୀଠରେ ମା”ଙ୍କ ପୂଜାର୍ଚ୍ଚନା କରି ଢୋଲ,ମୃଦଙ୍ଗ,ତାଳ,ଘଣ୍ଟ ପ୍ରଭୃତି ବାଜା ବଜାଇ ଗ୍ରାମ ଲୋକେ ବଡ଼ ପାହାଡକୁ ଯିବା ପୂର୍ବରୁ ଖୋଳଖାଳି ଗ୍ରାମର ପ୍ରତ୍ୟେକ ସାହି ପରିକ୍ରମା କରିଥିଲେ। ବଡ଼ ପାହାଡ ଶିଖର ଦେଶରେ ପହଞ୍ଚି ଇନ୍ଦ୍ର ଓ ଗିରି ଉଭୟଙ୍କୁ ପୂଜା କରିଥିଲେ । ଗିରିଗୋବର୍ଦ୍ଧନ ପୂଜା କରି ଗ୍ରାମବାସୀ ପ୍ରସାଦ ସେବନ କରିବା ପରେ ପାହାଡ ଶିଖର ଦେଶରୁ ପରମ୍ପରା ଅନୁସାରେ ତଳକୁ ପଥର ଫୋପାଡ଼ି ଥିଲେ । ପାରମ୍ପରିକ ରୀତିରେ ଗିରିରୁ ପଥର ଖଣ୍ଡ ଫୋପାଡିବା ଅର୍ଥ ହେଲା ପାହାଡ଼ରୁ ପଥର ଖଣ୍ଡେ ତଳକୁ ଆସିଲେ ମଧ୍ୟ ଲୋକଙ୍କ ବିଭିନ୍ନ କାମରେ ଲାଗି ପୃଥିବୀ ପୃଷ୍ଠରେ ହିଁ ରହିପାରିବ। ମାତ୍ର ପାହାଡରେ ଥିବା ଗଛକୁ ଯଦି ଫୋପାଡିବା ବା ହାଣି ନଷ୍ଟ କରିଦେବା ତେବେ ତାହା ଆଉ ପୃଥିବୀ ପୃଷ୍ଟରେ ରହିବ ନାହିଁ। ଏହି ଗିରିଗୋବର୍ଦ୍ଧନ ପୂଜା ଅବସରରେ ଆମେ ସମସ୍ତେ ସଚେତନ ନାଗରିକ ଭାବେ ଗିରିରେ ଥିବା ବୃକ୍ଷକୁ ସୁରକ୍ଷା ଦେବା ସହ ବୃକ୍ଷ ରୋପଣ କରି ପରିବେଶ କୁ ସୁରକ୍ଷା ଦେବା। ଗୋବର୍ଦ୍ଧନ ଗିରିର ଗଛ, ମାଟି ଓ ପଥର ଯେପରି ଇନ୍ଦ୍ରଙ୍କ କୋପରୁ ଗୋପପୁରବାସୀଙ୍କୁ ରକ୍ଷା କରିଥିଲା,ସେହିପରି ସେହି ବୃକ୍ଷ,ଓ ମୃତ୍ତିକା ଆଜି ମଧ୍ୟ ଆମକୁ ଇନ୍ଦ୍ରଙ୍କ କୋପ ସଦୃଶ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିପାରିବ। ଆଜିରଏହି ପୌରାଣିକ ପାରମ୍ପାରିକ ପର୍ବ ଗିରିଗୋବର୍ଦ୍ଧନ ପୂଜା ଅବସରରେ ଆମେ ପ୍ରତିଜ୍ଞା ବଦ୍ଧ ହୋଇ ନିଶ୍ଚିତ ଭାବେ ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ ସୁରକ୍ଷା ଦେଇ ବିଶ୍ୱକୁ ବିପଦ ମୁଖରୁ ରକ୍ଷା କରିବା।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here