ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ସାର୍ଟିଫିକେଟ ପ୍ରଦାନ

0
202

ବ୍ରହ୍ମପୁର,୧୫/୦୯/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ କେନ୍ ସଫ୍ଟ (KENSOFT) କମ୍ପୁଟର ଶିକ୍ଷା କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଆରପିଏଲ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥିଭାବେ ଫାଶୀ ସ୍ଥିତ ଏସ୍ ଏମ୍ ନୋଡାଲ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଶ୍ରୀ ଅଜୟ କୁମାର ସାହୁ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ଯୋଜନା ରେ ୫୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୩୭ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ଦକ୍ଷତା ବିକାଶ ଶିକ୍ଷା ରେ କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ରେ ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ର ରେ ହେବାକୁ ଥିବା ସର୍ଭେ କାର୍ଯ୍ୟକ୍ରମ ରେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କେନ୍ ସଫ୍ଟ ଶିକ୍ଷାକେନ୍ଦ୍ରର ମ୍ୟାନେଜିଂ ଡାଇରେକ୍ଟର କହିଛନ୍ତି। ଏଥିସହିତ ଏହି ଶିକ୍ଷା କେନ୍ଦ୍ର ବିଗତ ୧୦ ବର୍ଷ ଧରି ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ଆସୁଅଛି । ଆଗକୁ ମଧ୍ୟ ଏହି ଅନୁଷ୍ଠାନ ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାମିଲ କରିବ ବୋଲି ଅନୁଷ୍ଠାନ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଦୀପକ କୁମାର ଖଟେଇ କହିଛନ୍ତି I ଅନୁଷ୍ଠାନ ର ମ୍ୟାନେଜିଂ ଡାଇରେକ୍ଟର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ମୃତୁଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଏବଂ ମାନଗଣ୍ୟ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ I

LEAVE A REPLY

Please enter your comment!
Please enter your name here