୫୦୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଅଟକ

0
171

ବ୍ରହ୍ମପୁର ୧୫/୦୯/୨୦୨୧( ଟୁକୁନା ପ୍ରଧାନ)- : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମ ର ଏକ ଘରୁ ୫୦୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା କୋଦଳା ଥାନା ପୋଲିସ । କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଙ୍କ ଉପସ୍ଥିତି ରେ ଗଞ୍ଜେଇ ଜବତ କରିଛି ପୋଲିସ ।ଘଟଣାସ୍ଥଳରେ କୋଦଳା ଆଇ ଆଇ ସି ଦେବାଶିଷ ମହାନ୍ତି, ଏସ ଡ଼ି ପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଗତ କିଛିଦିନ ଭିତରେ କୋଦଳା ପୋଲିସ କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି। ପ୍ରଥମେ କଞ୍ଚଣା ନିକଟରୁ ୯୦୦ କେଜି ରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଭାଟପଡା ନିକଟରୁ ୩୪୦ କେଜି, କଞ୍ଚଣା ନିକଟରୁ ୧୦୦ କେଜି ବେତେରାପଲି ନିକଟରୁ ୧୦୦୦ କେଜି ଜବତ କରିବାରେ ସଫଳ ହୋଇଥିବାବେଳେ ବର୍ତମାନ ୫୦୦ କେଜି ରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଧରିବା ସହ ୨ ଜଣକୁ ଅଟକ ରଖିବାରେ ସକ୍ଷମ ହୋଇଛି କୋଦଳା ଥାନା ପୋଲିସ । ଏହି ଅଞ୍ଚଳରୁ ବିଭିନ୍ନ ଉପାୟରେ କୋଲକାତା, ଝାଡ଼ଖଣ୍ଡ, ସୁରଟ, ମୁମ୍ବାଇ କୁ ଦୈନନ୍ଦିନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ର ସାଧାରଣ ରେ ଆଲୋଚନା ଚାଲିଥିବା ବେଳେ ଆଗକୁ ପୋଲିସ ଓ ଅବକାରୀ ବିଭାଗ କଣ ପଦକ୍ଷେପମାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here