୭ ଦଫା ଦାବି ନେଇ ଉପଭୋକ୍ତା ସଂଘ ପକ୍ଷରୁ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0
152

ବ୍ରହ୍ମପୁର,୧୬/୦୯/୨୦୨୧: ଆଜି ୭ ଦଫା ଦାବି ନେଇ ଉପଭୋକ୍ତା ସଂଘ ପକ୍ଷରୁ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦେବା,ଘନ ଘନ ବିଦ୍ୟୁତ କାଟ ବନ୍ଦ କରିବା, ଲୋ ଭୋଲେଟଜ ବନ୍ଦ କରିବା, ମନ ଇଛା ଫାଇନ ଆଦାୟ ବନ୍ଦ କରିବା,ପ୍ରତି ମାସରେ ବିଦ୍ୟୁତ ବିଲ ଦିଆଯିବା, ଗ୍ରାହକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା କରିବା, ବିପିଏଲ ଓ ଗରୀବ ଲୋକଙ୍କୁ ଦିଆଯାଉଥିବା ସେବାକୁ ଚାଲୁ ରଖିବା ଓ ଆଉଟ ସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ କରିବା ଆଦି ୭ ଦଫା ଦାବୀରେ ଆଜି ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଟାଟା କମ୍ପାନୀର ମାନବ ସମ୍ବଳ ଅଧିକାରୀ ଦୈତାରି ସ୍ୱାଇଁ ଏକ ସପ୍ତାହ ମଧ୍ୟରେ ଟାଟା ପାୱାରର ମୁଖ୍ୟ ପ୍ରଶାସକ ଉପସ୍ଥିତରେ ଉପଭୋକ୍ତା ସଙ୍ଘ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଉପଭୋକ୍ତା ସଂଘର ସଭାପତି ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା, ପୀତବାସ ପଣ୍ଡା, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ଚିଟ୍ଟି ବାବୁ, ଅଶୋକ ଦାସ, ଲୋକନାଥ ଖୁଣ୍ଟିଆ, ପୁରୁଷୋତ୍ତମ ସାହୁ, ମଧୁ ବେହେରା, କିଶୋର ମିଶ୍ର, ନନ୍ଦେଷୁ ସେନାପତି, ହରି ନାହାକ,କେଶବ ଗୌଡ଼ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here