ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାରେ ପୁଣି ଅଘଟଣ । ଶୌଚ ପାଇଁ ଯାଉଥିବା ଦୁଇ ମହିଳାଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି । ଦୁଇ ମୃତ । ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ।

0
193

ବ୍ରହ୍ମପୁର ,୧୭/୦୯/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର – ରାୟଗଡା ରାସ୍ତାରେ ପ୍ରାୟ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟୁଥିବା ଜଣାଯାଇଛି । ଗଞ୍ଜାମ – ଗଜପତି ତଥା ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରାସ୍ତାପାର୍ଶ୍ୱରେ ଥିବା ଗ୍ରାମ ଜନସାଧାରଣଙ୍କ ସଚେତନତାର ଅଭାବ ହେଉ ଅଥବା ଗାଡ଼ି ଚାଳକଙ୍କ ବେପରୁଆ ଗାଡି ଚାଳନା ହେଉ ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାରେ ବହୁ ବାର ରାସ୍ତା ଦୁର୍ଘଟଣା ଘଟି ସାଧାରଣ ଜୀବନ ହାନି ଘଟୁଥିବା ସାଧାରଣ ଘଟଣା ହୋଇଅଛି । ଏହି କ୍ରମରେ ଆଜି ବଡି ଭୋର ସକାଳ ସମୟରେ ଗୋକର୍ଣପୁର ବ୍ରିଜ ନିକଟରେ ପୁଣି ଏକ ଅଘଟଣରେ ଶୌଚ କରିବାକୁ ଯାଇଥିବା ଦୁଇ ଜଣ ମହିଳାଙ୍କ ଉପରେ ଅଜଣା ଗାଡ଼ି ମାଡ଼ିଯିବା କାରଣରୁ ମୃତ୍ୟୁ ଘଟିଛି । ମୃତକ ମହିଳା ଦୁଇ ଜଣ ମହିଳା ଗ୍ରାମର ତମାଳ ବିନ୍ଧାଣି ୫୦ ବର୍ଷ ଓ ଚିନାରୀ ବାଙ୍ଗାରି ୬୫ ବର୍ଷର ଜଣାଯାଇଛି । ରାସ୍ତା ଉପରେ ପଡି ରହିଥିବା ଦୁଇ ଶବକୁ ରଖି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଖବର ସମୟ ସୁଦ୍ଧା ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଥିବା ସୂଚନା ମିଳିଅଛି ।ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରୁଥିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନାରେ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here